ଗ୍ରୀଷ୍ମର ତାତିକୁ ବଢିଗଲା ନିର୍ବାଚନୀ ଦଳଡିଆଁ ମିଶ୍ରଣ ପର୍ବ, ଭଦ୍ରକରେ ପହô ଗୁରୁମନ୍ର ଦେଲେ ବିଜେପିର କେନ୍ଦ୍ରୀୟ ନେତା ସୁନୀଲ ବଂଶଲ
ଭଦ୍ରକ, ୪ ମଇ (ହି.ସ.) - ଚଳିତବର୍ଷର ନିର୍ବାଚନର ତାତି ଗ୍ରୀଷ୍ମର ତାତିକୁ ବଢିଯାଇଛି। ତେବେ ଭଦ୍ରକ ସଂସଦୀୟ କ୍ଷେତ୍ରରେ
ଗ୍ରୀଷ୍ମର ତାତିକୁ ବଢିଗଲା ନିର୍ବାଚନୀ ଦଳଡିଆଁ ମିଶ୍ରଣ ପର୍ବ, ଭଦ୍ରକରେ ପହô ଗୁରୁମନ୍ର ଦେଲେ ବିଜେପିର କେନ୍ଦ୍ରୀୟ ନେତା ସୁନୀଲ ବଂଶଲ


ଭଦ୍ରକ, ୪ ମଇ (ହି.ସ.) - ଚଳିତବର୍ଷର ନିର୍ବାଚନର ତାତି ଗ୍ରୀଷ୍ମର ତାତିକୁ ବଢିଯାଇଛି। ତେବେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ନିର୍ବାଚନର ତାରିଖ େଯତେ ପାଖେଇ ଆସୁଛି, ତାହାର ବାତାବରଣ ସେତେ ଉଷ୍ମ ହେବାରେ ଲାଗିଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ କର୍ମୀ ସମ୍ମିଳନୀ, ରୋଡ୍ ଶୋ ମାଧ୍ଯମରେ ମିଶ୍ରଣ ପର୍ବ ଜାରି ରଖôଛନ୍ତି। ତେବେ ସକାଳର କିଛି ସମୟ ଛାଡିଦେଲେ ଅପରାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରାଳରୁ ଆରମ୍ଭ କରି ଗ୍ରାମାଳର ବିଭିନ୍ନ ଓ୍ବାର୍ଡ ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀମାନଙ୍କର ପ୍ରଚାର ପ୍ରସାର ପ୍ରତିଦ୍ବନ୍ଦ୍ବିତା ମୂଳକ କରିଚାଲିଥିବାବେଳେ ବିଭିନ୍ନ ଦଳର କର୍ମୀଙ୍କ ଦଳଡିଆଁ ଲାଗିରହିଛି। ଯାହା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। େଯଉଁଥିପାଇଁ ଏବେଠାରୁ କୌଣସି ଦଳ ସପକ୍ଷରେ କି ବିପକ୍ଷରେ ପୂର୍ବାନୁମାନ କରିହେଉନାହó। ବିଜେଡିର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସହରର ସଂଖ୍ୟାଲଘୁ ଅଧୁଷିତ ଅଂଚଳରୁ ଆରମ୍ଭ କରି ବିଭିନ୍ନ ପଂଚାୟତ ଓ ଜୋନ୍ ସ୍ତରରେ କର୍ମୀ ସମ୍ମିଳନୀ କରିଆସୁଥିବାବେଳେ ତାଙ୍କ ଦଳରେ ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ ହେଉଥିବା ବିଷୟ ଦଳ ପକ୍ଷରୁ ଦାବି କରାଯାଉଛି। ସେହିପରି କଂଗ୍ରେସର ପ୍ରାର୍ଥୀ ଅସିତ ପଟ୍ଟନାୟକ ମଧ୍ଯ ସହରରୁ ଗ୍ରାମାଳ ପର୍ଯ୍ୟନ୍ତ ବହୁ କର୍ମୀ ଅନ୍ୟ ଦଳ ଛାଡି ତାଙ୍କ ଦଳରେ ସାମିଲ ହେଉଥିବାରୁ ଏଥର ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସ ଭଲ କରିବ ବୋଲି ସେ ଦୃଢତାର ସହ ପ୍ରକାଶ କରିଛନ୍ତି। କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ନବାଗତ ବିଜେପି ପ୍ରାର୍ଥୀ ସୀତାଂଶୁ ସମସ୍ତଙ୍କ ଠାରୁ ଏହି ପ୍ରଚାର ପ୍ରସାର ଓ ମିଶ୍ରଣ ପର୍ବରେ ଆଗରେ ରହିଥିବାର ଦେଖାଯାଉଛି ବୋଲି ତାଙ୍କ ସମର୍ଥକମାନେ ଦାବି କରିଛନ୍ତି। ତେବେ ଅନ୍ୟ ଦଳ ପକ୍ଷରୁ କୌଣସି ତୁଙ୍ଗ ନେତା ଏପର୍ଯ୍ୟନ୍ତ ଭଦ୍ରକ ଆସି ନିର୍ବାଚନ ରଣନୀତିର କୌଣସି ସମୀକ୍ଷା ବୈଠକ କରିନଥିବାବେଳେ ବିଜେପି ପକ୍ଷରୁ କେନ୍ଦ୍ରୀୟ ନେତା ସୁନୀଲ ବଂଶଲ ପହô ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭଦ୍ରକ ଲୋକସଭା ଅଧୀନସ୍ଥ ୭ ଗୋଟି ବିଧାନସଭା ଓ ଲୋକସଭାର ପ୍ରାର୍ଥୀଙ୍କୁ ନେଇ ସମ୍ମିଳିତ ହେବା ଘଟଣା ଚଚ୍ର୍ଚାର ବିଷୟ ହୋଇଛି। ସୁନୀଲ ବଂଶ ଆଜି ଭଦ୍ରକରେ ପହô ହୋଟେଲ କଲ୍ୟାଣୀ ସମ୍ମିଳନୀ କକ୍ଷରେ ସାଧାରଣ ନିର୍ବାଚନ ଜନିତ ଗୁରୁତ୍ବପୂର୍ଣ୍ଣ ବୈଠକରେ େଯାଗଦେଇ ଚଳିତ ନିର୍ବାଚନରେ ସମସ୍ତ ପ୍ରାର୍ଥୀ କିପରି ବିଜୟଲାଭ କରିବେ, ତାକୁ ନେଇ ଗୁରୁମନ୍ର ଦେବା ସହ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ବୈଠକରେ ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନୁ୍ୟ ସେଠୀଙ୍କ ସମେତ ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ମଧ୍ଯରେ ଭଦ୍ରକର ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀର ଡ. ସୁଧାଂଶୁ ନାୟକ, ଧାମନଗରର ସୂର୍ଯ୍ୟବଂଶୀ ସୁରଜ, ଚାନ୍ଦବାଲିର ମନମୋହନ ସାମଲ, ବାସୁଦେବପୁରର ବାଣୀକଲ୍ୟାଣ ମହାନ୍ତି, ସୋରୋରୁ ରାଜେନ୍ଦ୍ର ଦାସଙ୍କ ସମେତ ରାଜ୍ୟ ନେତୃତ୍ବ, କେନ୍ଦ୍ର ନେତୃତ୍ବ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ତ୍ରିବେନ୍ଦମ ସିଂ ଓ ଡ. ଭୋଲା ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande