ଏବେ ମେ 8ରୁ ଅଫଲାଇନ ପଂଜିକରଣ କରିପାରିବେ ଚାରିଧାମ ଯାତ୍ରୀ
ଡେରାଡୁନ, 4 ମଇ (ହି.ସ.)- ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଆଗାମୀ ଚାରିଧାମ ଯାତ୍ରା ପାଇଁ ଅନଲାଇନ ସହିତ ଅଫଲାଇନ ପଂଜିକର
ଏବେ ମେ 8ରୁ ଅଫଲାଇନ ପଂଜିକରଣ କରିପାରିବେ ଚାରିଧାମ ଯାତ୍ରୀ


ଡେରାଡୁନ, 4 ମଇ (ହି.ସ.)- ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଆଗାମୀ ଚାରିଧାମ ଯାତ୍ରା ପାଇଁ ଅନଲାଇନ ସହିତ ଅଫଲାଇନ ପଂଜିକରଣ ସୁବିଧା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଶ୍ରଦ୍ଧାଳୁଙ୍କୁ ଏହି ସୁବିଧା ମେ 8ରୁ ଋଷିକେଶ ଓ ହରିଦ୍ୱାରରୁ ଆରମ୍ଭ କରାଯିବ । ଶ୍ରଦ୍ଧାଳୁ ହରିଦ୍ୱାରରେ ରାହି ମୋଟଲ ଓ ଋଷିକେଷରେ ଯାତ୍ରା ପଂଜିକରଣ କାର୍ଯ୍ୟାଳୟ ଏବଂ ଟ୍ରାନଜିଟ କ୍ୟାମ୍ପରେ ପଂଜିକରଣ କରିପାରିବେ ।

ପ୍ରତ୍ୟେକ ଧାମ ପାଇଁ ପ୍ରତିଦିନ ଅଫଲାଇନ ପଂଜିକରଣ ସୀମା ଋଷିକେଷରେ ହଜାରେ ଏବଂ ହରିଦ୍ୱାରରେ 5ଶହ ନିର୍ଦ୍ଧାରତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande