ସାଧାରଣ ପର୍ଯ୍ୟବେକ୍ଷକ ଓ ପୁଲିସ ପର୍ଯ୍ୟବେକ୍ଷକ ସମୀକ୍ଷା କଲେ ଜିଲ୍ଲାର ନିର୍ବାଚନ ସ୍ଥିତି
ଝାରସୁଗୁଡା ୦୪ ମଇ-(ହିସ) ଝାରସୁଗୁଡ଼ା ଜିଲ୍ଲା ପାଇଁ ନିୟୋଜିତ ସାଧାରଣ ପର୍ଯ୍ୟବେକ୍ଷକ ଜେ . ମଞ୍ଜୁନାଥ ଓ ପୁଲିସ ପର୍ଯ
ସାଧାରଣ ପର୍ଯ୍ୟବେକ୍ଷକ ଓ ପୁଲିସ ପର୍ଯ୍ୟବେକ୍ଷକ ସମୀକ୍ଷା କଲେ ଜିଲ୍ଲାର ନିର୍ବାଚନ ସ୍ଥିତି


ଝାରସୁଗୁଡା ୦୪ ମଇ-(ହିସ) ଝାରସୁଗୁଡ଼ା ଜିଲ୍ଲା ପାଇଁ ନିୟୋଜିତ ସାଧାରଣ ପର୍ଯ୍ୟବେକ୍ଷକ ଜେ . ମଞ୍ଜୁନାଥ ଓ ପୁଲିସ ପର୍ଯ୍ୟବେକ୍ଷକ ମୋଦକ ରାଜେଶ ଡି. ରାଓ ଜିଲ୍ଲାରେ ନିର୍ବାଚନ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଆଜି ସକାଳେ ବ୍ରଜରାଜନଗର ସ୍ଥିତ ଏମ୍ ସି ଏଲ୍ ସ୍ଥିତ ଗେଷ୍ଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାରଙ୍କ ଉପସ୍ଥିତିରେ ନିର୍ବାଚନ ନେଇ ବିଭିନ୍ନ ତଥ୍ୟ ସମ୍ପର୍କରେ ଉଭୟ ପର୍ଯ୍ୟବେକ୍ଷକ ପଚାରି ବୁଝିଥିଲେ। ଜିଲ୍ଲାର ମୋଟ ବୁଥ ସଂଖ୍ୟା, ସମ୍ବେଦନଶୀଳ ବୁଥ୍ , ବୁଥ୍ ରେ ଆନୁସଙ୍ଗିକ ବ୍ୟବସ୍ଥା, ପୁଲିଙ୍ଗ ପାର୍ଟିର ଯାତାୟତ ବ୍ୟବସ୍ଥା , ଇଭିଏମ୍ ମେସିନର ସୁରକ୍ଷିତ ନେବା ଆଣିବା ବ୍ୟବସ୍ଥା , ଜି ପି ଏସ୍ ଟ୍ରାକିଂ , ଟଙ୍କା ଓ ମାଦକ ଦ୍ରବ୍ୟର ଜବତ ଓ ନାକା ବ୍ୟବସ୍ଥା , ପୁଲିସ ମୁତୟନ , ଆନ୍ତଃ ରାଜ୍ୟ ସୀମାରେ ଆନୁସଙ୍ଗିକ ବ୍ୟବସ୍ଥା , ସମ୍ଭାବ୍ୟ ରୌଦ୍ରତାପ ଓ କାଳବୈଶାଖୀକୁ ଦୃଷ୍ଟିରେ ରଖି ଆନୁସଙ୍ଗିକ ପଦକ୍ଷେପ ନେବା , ପୁଲିସ ପ୍ରଶିକ୍ଷଣ ଆଦି ବିଭିନ୍ନ ବିଷୟରେ ଉଭୟ ପର୍ଯ୍ୟବେକ୍ଷକ ଆଲୋଚନା କରିଥିଲେ । ଏଥି ସହିତ ପର୍ଯ୍ୟବେକ୍ଷକମାନେ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ପରିଦର୍ଶନ ପୂର୍ବକ ଭୋଟ ଗ୍ରହଣ ସକାଶେ ଉଦ୍ଦିଷ୍ଟ ସାମଗ୍ରୀର ସଫଳ ବିତରଣ ପାଇଁ ଗୃହୀତ ବ୍ୟବସ୍ଥା , ଷ୍ଟ୍ରଙ୍ଗ ରୁମ୍ ଓ ଭୋଟ ଗଣତି, ନିର୍ବାଚନରେ ମୁତୟନ ହେବାକୁ ଥିବା ଯାନବାହନର ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଜିଲ୍ଲା କାର୍ଯ୍ୟାଳୟରେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ବିଭିନ୍ନ ଟିମ୍ ସହ ପର୍ଯ୍ୟବେକ୍ଷକ ଆଲୋଚନା କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ,ଡେପୁଟି କଲେକ୍ଟର ଲ, ନିର୍ବାଚନ ପ୍ରସନ୍ନ ପଟେଲ ଲିଆସନିଂ ଅଧିକାରୀ ସୁନନ୍ଦ ମହାରଣା , ହିମାଂଶୁ ଦୁବେ ଓ ଯୁବରାଜ ସାହୁ ପ୍ରମୁକ୍ଷ ପର୍ଯ୍ୟବେକ୍ଷକ ଙ୍କ ପରିଦର୍ଶନ ଓ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।

ସଞ୍ଜୟ/ ହିନ୍ଦୁସ୍ଥାନ/ ଝାରସୁଗୁଡ଼ା /ବନ୍ଦନା


 rajesh pande