ସାବରଙ୍ଗ ପାୟତରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ
ଭଦ୍ରକ, ୪ ମଇ (ହି.ସ.) - ଭଦ୍ରକ ବ୍ଲକ୍ ସାବରଙ୍ଗ ଗ୍ରାମପାୟତରେ ବିଜେଡିର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯ
ସାବରଙ୍ଗ ପାୟତରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ


ଭଦ୍ରକ, ୪ ମଇ (ହି.ସ.) - ଭଦ୍ରକ ବ୍ଲକ୍ ସାବରଙ୍ଗ ଗ୍ରାମପାୟତରେ ବିଜେଡିର ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ନିଜ ବକ୍ତବ୍ୟରେ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ପର୍ବରେ ପ୍ରତିଦିନ ଅଗଣିତ ଜନସାଧାରଣ ସାମିଲ ହେଉଥିବାରୁ ବିଜେଡି ଅଧିକ ସଶକ୍ତ ହେଉଥିବାର ସୂଚାଇଥିଲେ। ଏବଂ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭଦ୍ରକବାସୀ ପୂର୍ବଥର ଭଳି ବିପୁଳ ପରିମାଣରେ ଆଶୀର୍ବାଦ ସଦୃଶ ଭୋଟ ଦେଇ ସେମାନଙ୍କୁ ବିଜୟୀ କରାଇବେ ବୋଲି ନିବେଦନ କରିଥିଲେ। ଏହି ସମ୍ମିଳନୀରେ ସାଂସଦ ମଂଜୁଲତା ମଣ୍ଡଳ ଚଳିତଥର ପୁଣି ପ୍ରାର୍ଥୀ ହୋଇଥିବାରୁ ଲୋକପ୍ରିୟ ମୁଖ୍ୟମନ୍ରୀଙ୍କ ଶଙ୍ଖ ଘରେ ଘରେ ବାଜିବାକୁ ଯାଉଛି ବୋଲି କହିଥିଲେ। ଏଥିରେ ବ୍ଲକ୍ ଅଧ୍ଯକ୍ଷା ଉର୍ମିଳା ନାୟକ, ପୂର୍ବତନ ଉପାଧ୍ଯକ୍ଷ ପ୍ରଫୁଲ୍ଲ ନାୟକ, ପ୍ରଭାତ ଜେନାଙ୍କ ସମେତ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ପ୍ରତିନିଧିଙ୍କ ସହ ଛାମୁଆ ନେତୃବୃନ୍ଦ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande