ଟିକେଟ ଫେରାଇଲେ କଂଗ୍ରେସର ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି
ଭୁବନେଶ୍ୱର, 4 ମଇ (ହି.ସ.)- ଟିକେଟ ଫେରାଇଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଆର୍ଥିକ ସହାୟତା
ଟିକେଟ ଫେରାଇଲେ କଂଗ୍ରେସର ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି


ଭୁବନେଶ୍ୱର, 4 ମଇ (ହି.ସ.)- ଟିକେଟ ଫେରାଇଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଆର୍ଥିକ ସହାୟତା ନମିଳିବରୁ ସେ ଟିକେଟ ଫେରାଇ ଦେଇଥିବା ଜଣାପଡିଛି । ସେ କହିଛନ୍ତି ଯେ, ପ୍ରଚାର ପାଇଁ ବିଭିନ୍ନ ସ୍ଥାନକୁ ଗଲେ ଲୋକଙ୍କ ଭଲ ପାଇବା ମିଳୁଛି, କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ ।

ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଇମେଲ ଯୋଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଅବଗତ କରାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande