ସ୍କୁଲ ହଷ୍ଟେଲରୁ କ୍ରୀଡ଼ା ଛାତ୍ରାବାସ ଅପସାରଣ ଦାବୀରେ ସଚେତନତା
ସମ୍ବଲପୁର, ୫ ମଇ (ହି.ସ.)- ଜିଲ୍ଲବୀ ସ୍କୁଲରୁ କ୍ରୀଡା ଛାତ୍ରାବାସକୁ ସ୍ଥାନାନ୍ତରଣ ଦାବୀ ନେଇ ପୁରାତନ ଛାତ୍ର ସଂସଦ ପକ
ସ୍କୁଲ ହଷ୍ଟେଲରୁ କ୍ରୀଡ଼ା ଛାତ୍ରାବାସ ଅପସାରଣ ଦାବୀରେ ସଚେତନତା


ସମ୍ବଲପୁର, ୫ ମଇ (ହି.ସ.)- ଜିଲ୍ଲବୀ ସ୍କୁଲରୁ କ୍ରୀଡା ଛାତ୍ରାବାସକୁ ସ୍ଥାନାନ୍ତରଣ ଦାବୀ ନେଇ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଚେତନତା ରଥ ବାହାର କରାଯାଇଛି । ବୀର ସୁରେନ୍ଦ୍ର ସାଏ ଷ୍ଟାଡିଅମ ପରିସରରେ ଥିବା ସ୍ପୋର୍ଟସ ହଷ୍ଟେଲ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିବାରୁ ସାମୟିକ ଭାବେ ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଜିଲ୍ଲା ସ୍କୁଲ ଛାତ୍ରାବାସକୁ ସ୍ଥାନାନ୍ତରିତ କରାଗଲା । ଜିଲାପାଳ ପତ୍ରସଂଖ୍ୟା ୧୭୬ ୨୦୧୯ ଜୁଲାଇ ୨୭ ତାରିଖ ଦିନ ଜିଲ୍ଲା ସ୍କୁଲ ପ୍ରଧାନଶିକ୍ଷକ, ସ୍ପୋର୍ଟସ ହଷ୍ଟେଲ କୋଚ୍ ଓ ଜିଲା କ୍ରୀଡ଼ା ଅଧିକାରୀଙ୍କୁ ଏହା ତତ୍କାଳ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ । ତେବେ, ବର୍ଷ ବର୍ଷ ବିତିଯିବା ପରେ ବି ସ୍ପୋର୍ଟସ ହଷ୍ଟେଲ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଜିଲ୍ଲା ସ୍କୁଲକୁ ବାହାରୁ ଆସି ପଢ଼ୁଥିବା ଛାତ୍ରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଜିଲ୍ଲା ସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ଜିଲାପାଳ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଅବଗତ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ଗତ ଡିସେମ୍ବରରେ ଦାବି କରାଯାଇଥିଲା । ହେଲେ କୌଣସି ନିଆନଯିବାରୁ ଆଜି ଜିଲ୍ଲା ସ୍କୁଲ ପୁରାତନ ଛାତ୍ର ସଂଘ ଏକ ପ୍ରତିବାଦ ରଥକୁ ଶୁଭାରମ୍ଭ କରିଛି । ଏହି ରଥ ସମ୍ବଲପୁର ଓ ଆଖପାଖ ଅଂଚଳରେ ବୁଲି ଜନସାଧାରଣଙ୍କୁ ଅବଗତ କରାଇବ । ଏହାପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଘର ବୈଠକ କରି ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ସଚେତନତା ରଥ ବାହାରିବା ସମୟରେ ସଭାପତି ସୁରଜିତ ମିଶ୍ର, ପୂର୍ବତନ ସଭାପତି ଶଶାଙ୍କ ଶେଖର ପୁରୋହିତ, ସମ୍ପାଦକ ଇଂ. ପ୍ରଦୀପ୍ତ ନାଥ, ଲକ୍ଷ୍ମଣ ପଣ୍ଡା, ବିକାଶ ତ୍ରିପାଠୀ, ସୁକାନ୍ତ ବୋଷ, ସୁକାନ୍ତ କର, ମହମ୍ମଦ ଫୟାଜୁଦ୍ଦିନ, ପ୍ରକାଶ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ବନ୍ଦନା


 rajesh pande