ଭାରତର ଭବିଷ୍ୟତ ପାଇଁ ଭୋଟ୍ ଦିଅନ୍ତୁ – ଇନ୍ଦ୍ରେଶ କୁମାର
ଲକ୍ଷେ୍ଣø, ୦୫ ମଇ(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀଣି ସଦସ୍ୟ ଇନ୍ଦ୍ରେଶ କୁମାର ରବି
ଭାରତର ଭବିଷ୍ୟତ ପାଇଁ ଭୋଟ୍ ଦିଅନ୍ତୁ – ଇନ୍ଦ୍ରେଶ କୁମାର


ଲକ୍ଷେ୍ଣø, ୦୫ ମଇ(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀଣି ସଦସ୍ୟ ଇନ୍ଦ୍ରେଶ କୁମାର ରବିବାର ଦିନ କହିଛନ୍ତି ଯେ ଶହାବୁଦ୍ଦିନ, ଅତିକ ଅହମ୍ମଦ, ମୁଖତାର ଅଂସାରୀ ଏବଂ ଆବାସ ଆମର ଆଦର୍ଶ ହୋଇନପାରନ୍ତି । ରସଖାନ, ରହୀମ, କବୀର, ଡା. ଏପିଜେ ଅବ୍ଦୁଲ କଲାମ, ମୋହମ୍ମଦ କରୀମ ଛାଗଲା ଏବଂ ବୀର ଅବ୍ଦୁଲ ହମୀଦ ଆମର ଆଦର୍ଶ । ଏଥିପାଇଁ ଦଙ୍ଗାମୁକ୍ତ ହିନ୍ଦୁସ୍ଥାନ ଏବଂ ଦେଶର ଭବିଷ୍ୟତ ପାଇଁ ଜାତି ଏବଂ ଧର୍ମର ଉପରକୁ ଯାଇ ଭୋଟ୍ କରନ୍ତୁ ।

ଇନ୍ଦ୍ରେଶ କୁମାର ଲକ୍ଷେ୍ଣøରେ ଅନ୍ତରାଷ୍ଟ୍ରୀୟ ବୌଦ୍ଧ ଶୋଧ ସଂସ୍ଥାନର ସଭାଗାରରେ ଆୟୋଜିତ ସର୍ବ ଧର୍ମ ସମଭାବ ସଂଗୋଷ୍ଠୀକୁ ସମ୍ବୋଧିତ କରୁଥିଲେ । ସଂଗୋଷ୍ଠୀର ଆୟୋଜନ ସାମାଜିକ ସଦ୍ଭାବ ଲକ୍ଷେ୍ଣø ବିଭାଗ ପକ୍ଷରୁ କରାଯାଇଥିଲା । ସେ କହିଥିଲେ ଯେ କୈଳାଶ ମାନସରୋବର ମୁକ୍ତ ହେଉ, ତିବ୍ଦତ ସ୍ୱତନ୍ତ୍ର ହେଉ, ପିଓକେ ଆମର ହେଉ, ଭାରତ ଅଖଣ୍ଡ ହେଉ ଏଥିପାଇଁ ଭୋଟ୍ ଦିଅନ୍ତୁ । ସେ କହିଛନ୍ତି ଯେ ଆମ ଆଡ଼କୁ ଚିନ୍ ଆସିଲେ ଆମେ ତାକୁ ମୁହଁତୋଡ଼ ଜବାବ ଦେଲୁ, ପାକିସ୍ତାନ ହରକତ କଲା ତୋ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରି ତା’ର ଜବାବ ଦିଆଗଲା । ଆଜି ଭାରତର ସୀମା ସୁରକ୍ଷିତ ଅଛି । ଏ ସମସ୍ତ ପ୍ରଭାବୀ ନେତୃତ୍ୱର ସରକାରଙ୍କ କାରଣରୁ ସମ୍ଭବ ହୋଇପାରିଲା ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................./ସମନ୍ୱୟ


 rajesh pande