ଜେଲ୍ରୁ ବାହାରିଥିବା ବିହାରର ବାହୁବଳୀ ଅନନ୍ତ ସିଂହ କହିଲେ ଲଲନ୍ ସିଂହଙ୍କୁ ଚାରିଲକ୍ଷ ଭୋଟ୍ରେ ଜିତାଇବୁ
ପାଟନା(ବିହାର), ୦୫ ମଇ(ହି.ସ.) – ଦେଶରେ ଚାଲୁଥିବା ଲୋକସଭା ନିର୍ବାଚନ ମଧ୍ୟରେ ବିହାରରେ ମୋକାମାର ପୂର୍ବତନ ବିଧାୟକ ଏବ
ଜେଲ୍ରୁ ବାହାରିଥିବା ବିହାରର ବାହୁବଳୀ ଅନନ୍ତ ସିଂହ କହିଲେ ଲଲନ୍ ସିଂହଙ୍କୁ ଚାରିଲକ୍ଷ ଭୋଟ୍ରେ ଜିତାଇବୁ


ପାଟନା(ବିହାର), ୦୫ ମଇ(ହି.ସ.) – ଦେଶରେ ଚାଲୁଥିବା ଲୋକସଭା ନିର୍ବାଚନ ମଧ୍ୟରେ ବିହାରରେ ମୋକାମାର ପୂର୍ବତନ ବିଧାୟକ ଏବଂ ବାହୁବଳୀ ଅନନ୍ତ ସିଂହ ୧୫ଦିନ ପେରୋଲରେ ରବିବାର ସକାଳେ ଜେଲ୍ରୁ ବାହାରିଛନ୍ତି । ବେଉର ଜେଲ୍ ଅଧିକ୍ଷକ ଜୀତେନ୍ଦ୍ର କୁମାର କହିଛନ୍ତି ଯେ ଗୃହ ବିଭାରୁ ମିଳିଥିବା ଆଦେଶର କପି ଜେଲ୍ ପ୍ରଶାସନ ପାଖକୁ ଆସିଛି ।

ପୂର୍ବ ବିଧାୟକ ଅନନ୍ତ ସିଂହଙ୍କୁ ସକାଳେ ଆମ୍ବୁଲାନ୍ସରେ ଜେଲ୍ରୁ ବାହାର ଅଣାଯାଇଛି । ଆମ୍ବୁଲାନ୍ସରୁ ଓହ୍ଲାଇ ସେ ନିଜ ଗାଡ଼ିରେ ଆଗକୁ ଯାଇଥିଲେ । ଜେଲ୍ରୁ ବାହାରକୁ ଆସିବା ଖୁସିରେ କୋଟି କୋଟି ସମର୍ଥକ ତାଙ୍କର ଜୋର୍ଦାର ସ୍ୱାଗତ କରିଛନ୍ତି ।

ଘଟଣାସ୍ଥଳରେ ଯଥେଷ୍ଟ ଭୀଡ଼ ରହିଥିଲା । ସେଠାରୁ ସେ ରୋଡ଼ ଶୋରେ ସାମିଲ ହୋଇଥିଲେ । ସ୍ଥାନେ ସ୍ଥାନେ ଜେସିବିରେ ତାଙ୍କ ଉପରେ ଫୁଲବର୍ଷା କରାଯାଇଥିଲା ଏବଂ ସ୍ଲୋଗାନ୍ ଦିଆଯାଇଥିଲା । ପାଟନାରୁ ନେଇ ମୋକାମା ମଧ୍ୟରେ କେତେକ ଜାଗାରେ ତାଙ୍କର ସ୍ୱାଗତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................./ସମନ୍ୱୟ


 rajesh pande