ପୁରୀ ଆଞ୍ଚଳିକ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢଉ : ୫ ଅଟୋ ଜବତ
ପୁରୀ, ୫ ମଇ (ହି.ସ.)- ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ
ପୁରୀ ଆଞ୍ଚଳିକ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢଉ : ୫ ଅଟୋକୁ ଜବତ କରାଗଲା


ପୁରୀ, ୫ ମଇ (ହି.ସ.)- ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସନ୍ଧ୍ୟାରେ ପୁରୀ ସହରର ସି ବିଚ୍ ଅଞ୍ଚଳରେ ଆର ଟି ଓ ଏବଂ ପୋଲିସ ବିଭାଗ ପକ୍ଷରୁ ଅଟୋ ଯାନ ମାନଙ୍କ ଉପରେ ମିଳିତ ଚଢଉ କରାଯାଇଥିଲା। ଶତାଧିକ ଅଟୋ ଗୁଡ଼ିକୁ ଚେକିଙ୍ଗ କରାଯାଇଥିବା ବେଳେ ସେଥି ମଧ୍ୟରୁ ୫ ଗୋଟି ଅମାନିଆ ଅଟୋ ରିକ୍ସା ଚାଳକଙ୍କୁ ଅଟକ ରଖାଯାଇ ଅଟୋ ଗୁଡ଼ିକୁ ଜବତ କରାଯାଇଛି ଏବଂ ସେମାନଙ୍କ ଠାରୁ ବିଭିନ୍ନ କେଶ ରେ ସମୁଦାୟ ୭୬ ହଜାର ଟଙ୍କା ଫାଇନ କରାଯାଇ ଆଗକୁ ଗାଡ଼ି ମାନଙ୍କର ଅପଡେଟ ଲାଇସେନ୍ସ ସହିତ ପାର୍କିଂ ନିୟମ, ଚାଳକ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାରରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକଙ୍କ ଉପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନିୟମକୁ କଡ଼ା କଡ଼ି ଭାବେ ପାଳନ କରିବାକୁ ତାଗିଦ୍ କରିଥିଲେ। ଏ ନେଇ ସ୍ପେଶାଲ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଥିଲା। ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ଟ୍ରାଫିକ ଥାନା ସି ବିଚ୍ ଉଭୟ ଥାନା ଭାରପ୍ରାପ୍ତ ଅଧିକାରୀ ଉଭୟ ବିଭାଗ ଅଧିକାରୀ ମାନେ ସାମିଲ୍ ରହି ଥିଲେ।

ଆଗକୁ ଗାଡ଼ି କାଗଜ ପତ୍ର ଅପଡେଟ ନ ରଖିଲେ ଟ୍ରାଫିକ ନିୟମ ନ ମାନିଲେ ଅମାନିଆ ଅଟୋ ଚାଳକଙ୍କ ବିରୁଦ୍ଧରେ ଆରଟିଓ ଓ ପୋଲିସ୍ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ତାଗିଦ କରିଛି।

ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ//ସମନ୍ୱୟ


 rajesh pande