ଲକ୍ଷେ୍ଣø : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଚାଳକଙ୍କ ମୃତ୍ୟୁ
ଲକ୍ଷେ୍ଣø, ୦୫ ମଇ(ହି.ସ.) – ଲକ୍ଷେ୍ଣøର ବିଜନୌର ଥାନା ଅଂଚଳରେ ରିଙ୍ଗରୋଡ଼ରେ ରବିବାର ଅପରାହ୍ନ ଗୋଟାଏ ପାଖାପାଖି ରାସ୍ତ
ଲକ୍ଷେ୍ଣø : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଚାଳକଙ୍କ ମୃତ୍ୟୁ


ଲକ୍ଷେ୍ଣø, ୦୫ ମଇ(ହି.ସ.) – ଲକ୍ଷେ୍ଣøର ବିଜନୌର ଥାନା ଅଂଚଳରେ ରିଙ୍ଗରୋଡ଼ରେ ରବିବାର ଅପରାହ୍ନ ଗୋଟାଏ ପାଖାପାଖି ରାସ୍ତାରେ ଛିଡ଼ା ହୋଇଥିବା ଡମ୍ଫର ଗାଡ଼ି ସହିତ ତୀବ୍ରଗତିରେ ଆସୁଥିବା ଟ୍ରକ୍ ଧକ୍କା ହୋଇଥିଲା । ରିଙ୍ଗରୋଡ଼ରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଡମ୍ଫର ଗାଡ଼ିର ଚାଳକ ଶତିକ ଅହମ୍ମଦ ଏବଂ ଟ୍ରକ୍ରେ ବସିଥିବା ଚାଳକ ମହେନ୍ଦ୍ର ଜାଂଗେଡ ଏବଂ ସହାୟକ ଚାଳକ ରାଜୁ ସୈନିର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।

ତୀବ୍ର ଗତିରେ ଟ୍ରକ୍ ଅନିୟନ୍ତ୍ରିତ ହୋଇ ଡମ୍ଫର ସହିତ ଧକ୍କା ହେବାରୁ ହୋଇଥିବା ଦୁର୍ଘଟଣାର ସୂଚନା ମିଳିବା ପରେ ବିଜନୌର ଥାନାରୁ ପୋଲିସ୍କର୍ମୀ ଘଟଣାସ୍ଥଳରେ ପହଂଚିଥିଲେ । ଟ୍ରକ୍କୁ କଟର୍ରେ କାଟି ପୋଲିସ୍ କର୍ମୀମାନେ ଟ୍ରକ୍ ଏବଂ ଡମ୍ଫର ମଧ୍ୟରେ ଫସିଥିବା ଶବକୁ ବାହାରକୁ ବାହାର କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

......................................./ସମନ୍ୱୟ


 rajesh pande