ଶୀତଳଷଷ୍ଠୀ ଯାତ୍ରା ସମନ୍ବିତ କମିଟିର ନୂତନ କର୍ମକର୍ତା
ସମ୍ବଲପୁର, ୫ ମଇ (ହି.ସ.)- ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ସଂପର୍କିତ ମିଳିତ କ୍ରିୟାନୁଷ୍ଠାନ କମିଟୀର ଏକ ବୈଠକ ଝାଡୁଆ
ଶୀତଳଷଷ୍ଠୀ ଯାତ୍ରା ସମନ୍ବିତ କମିଟିର ନୂତନ କର୍ମକର୍ତା


ସମ୍ବଲପୁର, ୫ ମଇ (ହି.ସ.)- ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ସଂପର୍କିତ ମିଳିତ କ୍ରିୟାନୁଷ୍ଠାନ କମିଟୀର ଏକ ବୈଠକ ଝାଡୁଆପଡ଼ା ସ୍ଥିତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବର୍ଷ ୨୦୨୪ ଯାତ୍ରା ପାଇଁ ସର୍ବସମ୍ମତି କ୍ରମେ ମୁଦିପଡ଼ା ର ସୁନିଲ କୁମାର ଦାଶ ସଭାପତି,ନନ୍ଦପଡ଼ା ର ପ୍ରଶାନ୍ତ କୁମାର ବରେଇ ଉପସଭାପତି ଓ ଝାଡୁଆପଡ଼ାର ସଞ୍ଜୟ କୁମାର ମିଶ୍ର ସମ୍ପାଦକ ଭାବରେ ଦାୟିତ୍ଵ ପ୍ରଦାନ କରାଗଲା । ଅମୂଲ୍ୟ କୁମାର ମିଶ୍ର ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ଯ୍ୟକାରୀ ସଭାପତି ର ଦାୟିତ୍ୱ ତୁଲାଇବେ । କାର୍ଯ୍ୟନିର୍ବାହୀ ସମିତି ଝାଡୁଆପଡ଼ା ର ଅଭିଷେକ ମିଶ୍ର, ଶୁଭେନ୍ଦୁ ମିଶ୍ର ଓ ସତ୍ୟଜିତ ପଣ୍ଡା ନନ୍ଦପଡ଼ା ର ପ୍ରଭୁଦତ ପଣ୍ଡା, ମନୋଜ ମହାପାତ୍ର ଓ ବାଳଗୋପାଳ ନନ୍ଦ ଓ ମୁଦିପଡ଼ାର ସୁଧୀର କୁମାର ପଣ୍ଡା,ସୁରେଶ ଦାସ ଓ ଭୋଲା ମହତମ୍ ରହିଛନ୍ତି ।

ଏହି ବୈଠକରେ ସରୋଜ ଦଳପତ,ସୁଶାନ୍ତ ପୁରୋହିତ,ପାର୍ଥ ସାରଥୀ ମିଶ୍ର, ଫଣିଭୂଷଣ ମିଶ୍ର,ସମୀର ରଞ୍ଜନ ବାବୁ, ମିଲୁ ପାଣିଗ୍ରାହୀ,ବାବୁଲୁ ପୁରୋହିତ,ପ୍ରବୀଣ ଦୀକ୍ଷିତ ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ//ବନ୍ଦନା


 rajesh pande