କଂଗ୍ରେସ ଟିକେଟ୍ ବଦଳକୁ ନେଇ ଇନ୍ଦିରା ଭବନରେ ଉତେଜନା
ପୁରୀ, ୫ ମଇ (ହି.ସ.)- କଂଗ୍ରେସ ଟିକେଟ୍ ବଦଳକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ (ଇନ୍ଦିରା ଭବନ)ରେ ଆଜି ଉତେଜ
କଂଗ୍ରେସ ଟିକେଟ୍ ବଦଳକୁ ନେଇ ଇନ୍ଦିରା ଭବନରେ ଉତେଜନା


ପୁରୀ, ୫ ମଇ (ହି.ସ.)- କଂଗ୍ରେସ ଟିକେଟ୍ ବଦଳକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ (ଇନ୍ଦିରା ଭବନ)ରେ ଆଜି ଉତେଜନା ଦେଖିବାକୁ ମିଳିଛି । ସୁଜିତ ମହାପାତ୍ରଙ୍କ ଟିକେଟ୍ କାଟି ଦଳ ଉମାବଲ୍ଲଭ ରଥଙ୍କୁ ଟିକେଟ୍ ଦେବା ପରେ ସୁଜିତଙ୍କ ସମର୍ଥକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଇନ୍ଦିରା ଭବନରେ ତୁମୁଳ କାଣ୍ଡ ଘଟାଇଛନ୍ତି । ସୁଜିତଙ୍କ ସମର୍ଥକମାନେ କାର୍ଯ୍ୟାଳୟରେ ପଶି ପାଟିତୁଣ୍ଡ କରିବା ସହ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏବଂ ସେଠାରେ ଲଗାଯାଇଥିବା ଫ୍ଲେକ୍ସ ବ୍ୟାନର ଗୁଡିକୁ ଚିରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ଗତକାଲି ସୁଜିତ ମହାପାତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ପରେ ସୁଜିତଙ୍କ ସ୍ଥାନରେ ଉମାବଲ୍ଲଭଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande