ବିକଶିତ ଭାରତ ପାଇଁ ବିଜେପି ଜରୁରୀ, ବିଜେପିରେ ମିଶିଲେ ଯଜ୍ଞେଶ୍ବର
ବଲାଙ୍ଗିର, ୫ ମଇ (ହି.ସ.)- ଭାରତୀୟ ଜନତା ପାର୍ଟି ପାଇଁ ରାଷ୍ଟ୍ର ସର୍ବୋପରି। ଆଜି ବିଭିନ୍ନ ରାଜନୈତିକ ଦଳ ନିଜର ସ୍ବା
ବିକଶିତ ଭାରତ ପାଇଁ ବିଜେପି ଜରୁରୀ 
ବିଜେପିରେ ମିଶିଲେ ଯଜ୍ଞେଶ୍ବର


ବିକଶିତ ଭାରତ ପାଇଁ ବିଜେପି ଜରୁରୀ 
ବିଜେପିରେ ମିଶିଲେ ଯଜ୍ଞେଶ୍ବର


ବଲାଙ୍ଗିର, ୫ ମଇ (ହି.ସ.)- ଭାରତୀୟ ଜନତା ପାର୍ଟି ପାଇଁ ରାଷ୍ଟ୍ର ସର୍ବୋପରି। ଆଜି ବିଭିନ୍ନ ରାଜନୈତିକ ଦଳ ନିଜର ସ୍ବାର୍ଥପାଇଁ ଦେଶକୁ ବଳି ପକାଇବାକୁ ପଶ୍ଚାତପଦ ହେଉ ନଥିବା ବେଳେ ଦେଶର ସଭ୍ୟତା ସଂସ୍କୃତିର ସୁରକ୍ଷା ଓ ପୂର୍ଣ୍ଣ ଭାରତୀୟ ଭାବରେ ଉନ୍ନତି କରି ବିଶ୍ବ ଗୁରୁ ହେବାକୁ ଯାଉଛି ଆମ ଦେଶ। ଏହା କେବଳ ସଫଳ ହୋଇଛି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ପାଇଁ।ତେଣୁ ଦେଶର ଏକତା ଓ ଅଖଣ୍ଡତା ର ନିମନ୍ତେ ଆଜି ବିଜେପିକୁ ଦୃଢ କରିବାକୁ ଓ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାରକୁ ବହୁମତରେ ବିଜୟୀ କରିବାକୁ ତଥା ରାଜ୍ୟରେ ମଧ୍ଯ ବିଜେପି ଶାସନ ପାଇଁ ସାଧାରଣ ଜନତା ଆଜି ସଂକଳ୍ପ ନେଇଛନ୍ତି। ତେଣୁ ଶହ ଶହ ସଂଖ୍ଯକ ଯୁବକ,ନାଗରିକ ବିଜେପିରେ ସାମିଲ ହେଉଛନ୍ତି। ସମସ୍ତେ ମିଶି ରାଷ୍ଟ୍ର କଲ୍ୟାଣ ପାଇଁ କାମ କରିବାକୁ ଆହ୍ବାନ ଦେଇଛନ୍ତି ବଲାଙ୍ଗିର ସଂସଦ ସଦସ୍ଯପ୍ରାର୍ଥୀ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ । ବଲାଙ୍ଗୀର ପୂର୍ବତନ ପୁରୁଣା ବେସରକାରୀ ବସଷ୍ଟାଣ୍ଡ ଠାରେ ଅବସ୍ଥିତ ବିଜେପି ର ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ ଅବସରରେ ଶ୍ରୀମତୀ ସିଂହଦେଓ ଏହି ଆହ୍ବାନ ଦେଇଛନ୍ତି। ଆଜିର ମିଶ୍ରଣ ପର୍ବରେ ନିକଟରେ କଂଗ୍ରେସର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଥିବା ଯଜ୍ଞେଶ୍ବର ବାବୁ, ତାଙ୍କର ଶତାଧିକ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ବିଜେଡିର ଆଗ ଧାଡିର ନେତା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସରୋଜ ପାଣିଗ୍ରାହୀ ତଥା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀ ନିକଟରେ ବିଜେପିର ରାଜ୍ଯ କାର୍ଯ୍ୟାଳୟରେ ରାଜ୍ଯ ନେତୃବର୍ଗଙ୍କ ଉପସ୍ଥିତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ମିଶ୍ରଣ ପର୍ବ ରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସଭାପତିତ୍ବ କରିଥିବା ବେଳେ ବଲାଙ୍ଗୀର ବିଧାନସଭା ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ନଗର ସଭାପତି ପୀତାମ୍ବର ଖମାରୀ,ଜିଲ୍ଲା ମହିଳା ବିଜେପି ପଙ୍କଜିନୀ ପଣ୍ଡା ମଞ୍ଚାସୀନ ହୋଇଥିଲେ। ପରେ ପରେ ବଲାଙ୍ଗୀର ପୌରାଞ୍ଚଳର ୮ନଂ ୱାର୍ଡର ତିରିଶ ଜଣ ଯୁବକ ବିଜେପି ରେ ଯୋଗ ଦେଇଥିବାରୁ ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ସେମାନଙ୍କୁ ସ୍ବାଗତ କରିଥିଲେ। ସାସଂଦ ପ୍ରାର୍ଥୀନୀ ଶ୍ରୀମତୀ ସିଂହଦେଓ ସେମାନଙ୍କୁ ସ୍ବାଗତ କରି ଦଳ ପାଇଁ ଏକ ନୂତନ ଦିଗନ୍ତ ସ୍ଥାପନ ପାଇଁ ଆହ୍ବାନ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ


 rajesh pande