ଚାରିଧାମ ଯାତ୍ରା-ଧାମର ଦ୍ୱାର ଖୋଲିବା ଦିନ ହେଲିକପ୍ଟରରେ କରାଯିବ ପୁଷ୍ପବର୍ଷା
ଡେରାଡୁନ, 5 ମଇ (ହି.ସ.)- ଧାମୀ ସରକାର ମେ 10ରୁ ଆରମ୍ଭ ହେଉଥିବା ଚାରିଧାମ ଯାତ୍ରାର ସମସ୍ତ ପ୍ରସ୍ତୁତିକୁ ନେଇ ଜୋରସେ
ଚାରିଧାମ ଯାତ୍ରା-ଧାମର ଦ୍ୱାର ଖୋଲିବା ଦିନ ହେଲିକପ୍ଟରରେ କରାଯିବ ପୁଷ୍ପବର୍ଷା


ଡେରାଡୁନ, 5 ମଇ (ହି.ସ.)- ଧାମୀ ସରକାର ମେ 10ରୁ ଆରମ୍ଭ ହେଉଥିବା ଚାରିଧାମ ଯାତ୍ରାର ସମସ୍ତ ପ୍ରସ୍ତୁତିକୁ ନେଇ ଜୋରସୋରରେ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଗତ ବର୍ଷ ଚାରିଧାମ ଯାତ୍ରାର ଅନୁଭବରୁ ଶିକ୍ଷା ନେଇ ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧାମର ଦ୍ୱାର ଖୋଲିବା ଦିନ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯିବ । ଏଥର ବି ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ରହିଛି ।

ରବିବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂଧାମୀ ଉତ୍ତରାଖଣ୍ଡ ଗୃହ, ନୂଆଦିଲ୍ଲୀରୁ ଭିସି ଯୋଗେ ବାବା କେଦାରନାଥ ଡୋଲି ଯାତ୍ରା ସହ ଚାଲୁଥିବା ମୁଖ୍ୟ ସେବକ ଭଣ୍ଡାର କାର୍ଯ୍ୟକ୍ରମକୁ 3ଶହ ସେବାଦାର ଟିମକୁ ମୁଖ୍ୟ ସେବକ ସଦନ ମୁଖ୍ୟମନ୍ତ୍ରୀ କ୍ୟାମ୍ପ କାର୍ଯ୍ୟାଳୟ, ଡେରାଡୁନରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande