ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ଆଚରଣ ବିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର, 5 ମଇ (ହି.ସ.) - ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ୍ୱବିଧି ଉଲଂଘନ ଅ
ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ଆଚରଣ ବିଧି ଉଲଂଘନ ଅଭିଯୋଗ ଆଣିଲା ବିଜେଡି


ଭୁବନେଶ୍ୱର, 5 ମଇ (ହି.ସ.) - ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ୍ୱବିଧି ଉଲଂଘନ ଅଭିଯୋଗ ଆଣିଛି ବିଜେଡି । ଏ ନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜୁ ଜନତା ଦଳ । ଯାହାର କପି ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରାଯାଇଛି । ବିଜେଡି ଅଭିଯୋଗ କରିଛି ଯେ ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ ୩୦ ରେ ଭୁବନେଶ୍ୱର ଆସି ୪ ମେ ରେ ଯାଇଥିଲେ । ଏହା ଭିତରେ ନିଜ ଭୁବନେଶ୍ୱର ବାସଭବନରେ ସେ ଚିଲିକା ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିବା ସହ ଫୋନ ଯୋଗେ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଯିଏ କି ବିଜେପି ଚିଲିକା ପ୍ରାର୍ଥୀ, ତାଙ୍କ ସପକ୍ଷରେ ପରୋକ୍ଷରେ ଭୋଟ ପାଇଁ ପ୍ରବର୍ତାଇଛନ୍ତି ।

ବିଜେଡି ମୁଖପାତ୍ର ସ୍ମିତ ପାତ୍ର କହିଛନ୍ତି ଯେ ଏକ ସାମ୍ବିଧାନିକ ପଦରେ ରହି ଏପରି କରିବା ନିର୍ବାଚନ ଆଚରଣ ବିଧିର ଉଲଂଘନ । ଏହାର ତଦନ୍ତ ପାଇଁ ଦାବି କରିବା ସହ ନିର୍ବାଚନ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଡ଼ିଶା ଆସିବା ଉପରେ ଅଙ୍କୁଶ ଲଗାଇବାକୁ ଆମେ ଜାତୀୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛୁ । ଯେପରି ବିଶ୍ୱଭୂଷଣ ହରିଚନ୍ଦନ ନିର୍ବାଚନ କାମରୁ ନିଜକୁ ନିବୃତ ରଖିବେ, ଏ ନେଇ ତାଙ୍କୁ ସତର୍କ କରିବାକୁ ମଧ୍ୟ ଦାବି କରିଛୁ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande