ସମ୍ବଲପୁରରେ ରକ୍ତଦାନ ଶିବିରର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, 5 ମଇ (ହି.ସ.)- ସମ୍ବଲପୁରରେ ରକ୍ତଦାନ ଶିବିରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ରକ୍ତଦାନ ଶିବିରର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ


ଭୁବନେଶ୍ୱର, 5 ମଇ (ହି.ସ.)- ସମ୍ବଲପୁରରେ ରକ୍ତଦାନ ଶିବିରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସ୍ୱାଭିମାନ ସମ୍ବଲପୁର' ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରି ମୁଁ ଆନନ୍ଦିତ । ବିଶ୍ବମ୍ଭର ବହିଦାରଙ୍କ ଭଳି ସମ୍ବଲପୁରର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ସ୍ଥାନୀୟ ନାଗରିକ ବିଶେଷତଃ ଯୁବବର୍ଗଙ୍କ ନିଃସ୍ବାର୍ଥପର ଯୋଗଦାନ ପ୍ରଶଂସନୀୟ । ମାନବ ସମାଜରେ ସ୍ୱାଭିମାନ ସହ ସେବା ମନୋଭାବ ତିଆରି କରିବାରେ ଆପଣଙ୍କ ସଂଗଠନ ପ୍ରେରଣାର ସ୍ରୋତ ହେଉ, ଏହା ମା' ସମଲେଇଙ୍କ ପାଖରେ ପ୍ରାର୍ଥନା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande