ସମ୍ବଲପୁରର ଲୋକ ଜନଶକ୍ତି ପାର୍ଟିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, 5 ମଇ (ହି.ସ.)- ସମ୍ବଲପୁରର ଲୋକ ଜନଶକ୍ତି ପାର୍ଟିକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସମ୍ବଲପୁରର ଲୋକ ଜନଶକ୍ତି ପାର୍ଟିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ


ଭୁବନେଶ୍ୱର, 5 ମଇ (ହି.ସ.)- ସମ୍ବଲପୁରର ଲୋକ ଜନଶକ୍ତି ପାର୍ଟିକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସନୀୟ ନେତୃତ୍ୱ, ସେବା ଏବଂ ଲୋକକଲ୍ୟାଣ ଉପରେ ସମସ୍ତଙ୍କ ଅତୁଟ ବିଶ୍ୱାସ ଓ ଜନସମର୍ଥନ ରହିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ)ର କାର୍ଯ୍ୟକର୍ତ୍ତାମାନେ ଆମ ଦଳକୁ ସମର୍ଥନ ଦେବା ପାଇଁ ସମ୍ମତି ପ୍ରକାଶ କରିଥିବାରୁ ଧନ୍ୟବାଦ । ସମସ୍ତଙ୍କ ସହଯୋଗରେ ହିଁ ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେବ । ଓଡ଼ିଶାରେ ପରିବର୍ତ୍ତନ ହେବା ସହ ଅସ୍ମିତା ଓ ସ୍ୱାଭିମାନର ନିଶ୍ଚୟ ବିଜୟ ହେବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande