କଟକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର
ଭୁବନେଶ୍ୱର/କଟକ, 5 ମଇ (ହି.ସ.)- ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କଟକରେ ପହଂଚିଛନ୍ତି । ଏହି ଅବସରରେ ସେ କଟକରେ ଆୟୋଜି
କଟକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର


ଭୁବନେଶ୍ୱର/କଟକ, 5 ମଇ (ହି.ସ.)- ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କଟକରେ ପହଂଚିଛନ୍ତି । ଏହି ଅବସରରେ ସେ କଟକରେ ଆୟୋଜିତ ବୁଦ୍ଧିଜୀବୀ ସମିଳନୀରେ ଯୋଗଦେଇଛନ୍ତି। ସେ କହିଛନ୍ତି ଯେ, ବିକଶିତ ଭାରତ ପାଇଁ ଆମକୁ ବିଶ୍ବବନ୍ଧୁ ହେବା ନିହାତି ଜରୁରୀ ।୧୦ ବର୍ଷରେ ଭାରତର ଭିତ୍ତିଭୂମି ଦୃଢ଼ ହୋଇଛି । ଏହି ଆଧାରରେ ଆଗାମୀ ୨୫ ବର୍ଷର ଯାତ୍ରା ସ୍ଥିର କରାଯିବ । ବିଦେଶ ନୀତି ସଫଳ ହେଲେ ଦେଶର ଛବି ଦୁନିଆରେ ପ୍ରତିଫଳିତ ହୁଏ । କୋଭିଡରେ ପ୍ରଭାବିତ ସତ୍ତ୍ବେ ଆମ ଅର୍ଥନୀତି ଟ୍ରାକକୁ ଫେରିଲା । ୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା ବୋଲି କହିଛନ୍ତି ଜୟଶଙ୍କର । ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ପ୍ରାର୍ଥି ଭର୍ତ୍ତୃହରି ମହତାବ, କଟକ ଚୌଦ୍ୱାର ବିଧାୟକ ପ୍ରାର୍ଥି ନୟନ କିଶୋର ମହାନ୍ତି,ଉପସ୍ଥିତ ଅଛନ୍ତି। ବାରବାଟୀ କଟକ ବିଧାୟକ ପ୍ରାର୍ଥି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି,କଟକ ଲୋକସଭା ପର୍ଯ୍ୟବେକ୍ଷକ ଚନ୍ଦ୍ର ପ୍ରକାଶ ଯୋଶୀ ଉପସ୍ଥିତ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande