ଏକକାଳୀନ ଶହେ ଟଙ୍କା ଦୈନିକ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରି ଇତିହାସ ରଚିଲା ଓଡିଶା : ସାମାଜିକ ସୁରକ୍ଷା ଓ ଦକ୍ଷତା ବିକାଶରେ ସବୁ ରାଜ୍ୟ ତୁଳନାରେ ଆଗରେ
ବଲାଙ୍ଗିର, ୫ ମଇ (ହି.ସ.)- ଦୈନିକ ମଜୁରୀ ଓଡ଼ିଶାରେ ୩୪୬ ଟଙ୍କାକୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି, ମୁଖ୍ୟମନ୍ତ୍ର
ଏକ କାଳୀନ ସହେ ଟଙ୍କା ଦୈନିକ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରି ଇତିହାସ ରଚିଲା ଓଡିଶା: ସାମାଜିକ ସୁରକ୍ଷା ଓ ଦକ୍ଷତା ବିକାଶ ରେ ସବୁ ରାଜ୍ୟ ତୁଳନାରେ ଆଗରେ


ଏକ କାଳୀନ ସହେ ଟଙ୍କା ଦୈନିକ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରି ଇତିହାସ ରଚିଲା ଓଡିଶା: ସାମାଜିକ ସୁରକ୍ଷା ଓ ଦକ୍ଷତା ବିକାଶ ରେ ସବୁ ରାଜ୍ୟ ତୁଳନାରେ ଆଗରେ


ଏକ କାଳୀନ ସହେ ଟଙ୍କା ଦୈନିକ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରି ଇତିହାସ ରଚିଲା ଓଡିଶା: ସାମାଜିକ ସୁରକ୍ଷା ଓ ଦକ୍ଷତା ବିକାଶ ରେ ସବୁ ରାଜ୍ୟ ତୁଳନାରେ ଆଗରେ


ବଲାଙ୍ଗିର, ୫ ମଇ (ହି.ସ.)- ଦୈନିକ ମଜୁରୀ ଓଡ଼ିଶାରେ ୩୪୬ ଟଙ୍କାକୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି, ମୁଖ୍ୟମନ୍ତ୍ରୀ ସରକାରୀ, ଅର୍ଦ୍ଧସରକାରୀ ଓ ଶିଳ୍ପ ସଂସ୍ଥା, ଘରୋଇ କାର୍ଯ୍ୟ ଏବଂ ସବୁ ସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ - ଏହି ମଜୁରୀ ବୃଦ୍ଧିରେ ଉପକୃତ ହେବେ, ବିଶେଷ କରି ମୁନ୍ସିପାଲଟିରେ କାର୍ଯ୍ୟରତ ଶ୍ରମିକ, ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହାଦ୍ବାରା ଉପକୃତ ହେବେ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନୂଆ ଓଡିଶା ରାଜ୍ୟ ତମାମ ରୂପାନ୍ତରୀକରଣ, ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ। ସେମାଙ୍କର ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ବପୂର୍ଣ ପ୍ରସଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମା ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ସମ୍ପୁର୍ଣ ପରିବାର ପାଇଁ ୫ ଲକ୍ଷ ଟଙ୍କା, ଶ୍ରମିକ ଶ୍ରେଣୀ ର ଲୋକଙ୍କୁ ପାଇଁ ଏକ ବଡ଼ ସୁରକ୍ଷା ପ୍ରଦାନ କରିପାରିଛି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୨ ଲକ୍ଷ ୪୮ ହଜାର ଶ୍ରମିକ ପଂଜିକୃତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ଯୋଜନାରେ ୩ ହଜାର ୫୨୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିଛି। ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକ ଏପରିକ ଡୋମେଷ୍ଟିକ ଶ୍ରମିକ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଅଛି। ଓଡ଼ିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁ ପ୍ରକାର ଚାଳକ ଓ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରୁଅଛି। କେନ୍ଦୁ ପତ୍ର ତୋଳାଳୀ ଓ ବୁଣାକାର ମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ୫୦ ଭାଗ ରାଶି ବୃଦ୍ଧି କରାଯାଇଅଛି ।

କଣ୍ଟାବାଂଜି ତଥା ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ମିସ୍ତ୍ରୀ ମାନଙ୍କୁ ଦକ୍ଷତା ବିକାଶ ଟ୍ରେନିଂ ଦିଆଯାଇ ସ୍ବତନ୍ତ୍ର ସାର୍ଟିଫିକେଟ ପ୍ରଦାନ କରାଯାଇଅଛି, ଯାହା ଫଳରେ ସେମାନେ ବାହାର ରାଜ୍ୟରେ କାମ କଲେ ଉପଯୁକ୍ତ ମଜୁରୀ ପାଇପାରିବେ, ବାହାର ରାଜ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ରାଜ୍ୟରେ ସହାୟତା କେନ୍ଦ୍ର ଖୋଲାଯାଇଅଛି। ସମ୍ପୃକ୍ତ ରାଜ୍ୟରେ ଶ୍ରମିକ ମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଏହି ସହାୟତା କେନ୍ଦ୍ର ର ଦାୟିତ୍ଵ। ଓଡିଶା ମୋ ପରିବାର ପକ୍ଷରୁ ସହାୟତା ମଧ୍ୟ କରାଯାଉଅଛି। ବାହାର ଦେଶରେ କାର୍ଯ୍ୟରତ ଶ୍ରମିକ ମାନେ ନିଜ ନିଜ ଘରକୁ ଫେରିବା ପାଇଁ ସ୍ବତନ୍ତ୍ର ଉଡାଜାହାଜର ବ୍ଯବସ୍ଥା ସୁଲଭ ମୂଲ୍ୟରେ କରାଇ ମୁଖ୍ୟମନ୍ତ୍ରୀ ଇତିହାସ ରଚିଛନ୍ତି। ବିଶେଷ କରି ଦୁବାଇ -ସିଙ୍ଗାପୁର ଯିବା ଆସିବା କରିବା ଶ୍ରମିକ ଭାଇ ମାନଙ୍କ ପାଇଁ ସହଜ ହୋଇପାରିବ ସେହିପରି କଣ୍ଟାବାଂଜି ସହରରେ କାର୍ଯ୍ୟରତ, ହୋଟେଲ ବ୍ଯବସାୟରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ ଦୋକାନ ବଜାର ଓ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ଦୈନିକ ମଜୁରୀ ବୃଦ୍ଧିର ବଡ ସହାୟତା ପାଇପାରିବେ, ଏହା ଛଡା ଅଟୋ ଚାଳକ, ଫୋଟୋଗ୍ରାଫର, ଘରୋଇ କାର୍ଯ୍ୟରତ ଶ୍ରମିକ, ଅଣସଂଗଠିତ ଶ୍ରମିକ ବୋର୍ଡ଼ ରେ ସାମିଲ ହୋଇ ସବୁ ପ୍ରକାର ସହାୟତା ପାଇବାକୁ ହକଦାର ହୋଇପାରିବେ।

ଆଜିର ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟ ର ମହାସଚିବ ତଥା କଟକ ମେୟର ସୁବାସ ସିଂହ, ବିଜୁ ଶ୍ରମିକ ସାମୁଖ୍ୟ ର ଉପଦେଷ୍ଟା ରାଜୀବ ମହାନ୍ତି, ଜିଲ୍ଲା ସଭାପତି ଲୋଟସ ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ ଆକାଶ ମିଶ୍ର ସମ୍ମିଳନୀରେ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କର ଭିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ


 rajesh pande