କେବଳ ଆସନ୍ତା 5 ବର୍ଷ ପାଇଁ ନୁହେଁ ବରଂ ଭାରତ ପାଇଁ 25 ବର୍ଷର ରାସ୍ତା ପ୍ରସ୍ତୁତ କରୁଛି- ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉତ୍ତରପ୍ରଦେଶର ଇଟାୱା ଏବଂ ଧୌରହରା ରେ ବିଶାଳ ଜନସଭାରେ ଦେଲେ ଉଦବୋଧନ
କେବଳ ଆସନ୍ତା 5 ବର୍ଷ ପାଇଁ ନୁହେଁ ବରଂ ଭାରତ ପାଇଁ 25 ବର୍ଷର ରାସ୍ତା ପ୍ରସ୍ତୁତ କରୁଛି- ପ୍ରଧାନମନ୍ତ୍ରୀ ମୋଦୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉତ୍ତରପ୍ରଦେଶର ଇଟାୱା ଏବଂ ଧୌରହରା ରେ ବିଶାଳ ଜନସଭାରେ ଦେଲେ ଉଦବୋଧନ

ନୂଆଦିଲ୍ଲୀ, ଲକ୍ଷ୍ନୌ, 05 ମଇ (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଇଟାୱା ଏବଂ ଧୌରହରା ରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଇ ସମାଜବାଦୀ ପାର୍ଟି ଓ କଂଗ୍ରେସର ସନାତନ ବିରୋଧୀ ଚରିତ୍ର ଓ ପରିବାରବାଦୀ ରାଜନୀତି ଉପରେ ବର୍ଷିଛନ୍ତି ।

ଏହି କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ମୈନ୍ପୁରୀ ପ୍ରାର୍ଥୀ ଶ୍ରୀ ଜୟବୀର ସିଂ, ଏଟାୱା ପ୍ରାର୍ଥୀ ଶ୍ରୀ ରାମ ଶଙ୍କର କଠେରିଆ, କନୌଜ ପ୍ରାର୍ଥୀ ଶ୍ରୀ ସୁବ୍ରତ ପୃଥକ୍, ଧୌରହରା ପ୍ରାର୍ଥୀ ଶ୍ରୀମତୀ ରେଖା ଅରୁଣ ବର୍ମା, ସୀତାପୁର ପ୍ରାର୍ଥୀ ଶ୍ରୀ ରାଜେଶ ବର୍ମା ଏବଂ ଖେରୀ ପ୍ରାର୍ଥୀ ମଞ୍ଚରେ ଶ୍ରୀ ଅଜୟ ମିଶ୍ର ଟେନି ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଧୌରହରା ଠାରେ ରାଜ୍ୟ ବିଜେପି ସଭାପତି ଶ୍ରୀ ଭୁପେନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2019 ଲୋକସଭା ନିର୍ବାଚନ ପୂର୍ବରୁ ସଂସଦର ଅଧିବେଶନରେ ସ୍ୱର୍ଗୀୟ ମୁଲାୟମ ସିଂ ଯାଦବ ଦେଇଥିବା ବିବୃତ୍ତିକୁ ମନେ ପକାଇ କହିଥିଲେ ଯେ ମୁଲାୟମ ସିଂ କହିଥିଲେ ଯେ ' ମୋଦୀ , ଆପଣ ପୁନର୍ବାର ନିର୍ବାଚିତ ହେଉଛନ୍ତି' ଏବଂ ସେହି ଆଶୀର୍ବାଦରେ ସଫଳ ମଧ୍ୟ ହୋଇଥିଲେ।

ଏହା ଏକ ସଂଯୋଗ ଯେ ଏହି ନିର୍ବାଚନରେ ବିଜେପିକୁ ବିଜୟ ହାସଲ କରାଇବା ପାଇଁ ମୁଲାୟମ ସିଂଙ୍କ ଭାଇ ମଧ୍ୟ ଅପିଲ କରୁଛନ୍ତି। ଦେଶବାସୀ ମୋଦିର କଠିନ ପରିଶ୍ରମ ଦେଖିଛନ୍ତି, ଦେଶବାସୀଙ୍କୁ ସଚ୍ଚୋଟତାର ସହ ସେବା କରିବା ମୋଦୀର ଧର୍ମ । ବର୍ତ୍ତମାନ ମୋଦୀ ଭାରତ ପାଇଁ ଆସନ୍ତା 25 ବର୍ଷର ରାସ୍ତା ପ୍ରସ୍ତୁତ କରୁଛି । 1000 ବର୍ଷ ଧରି ଭାରତକୁ ସଶକ୍ତ କରିବା ପାଇଁ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି। ମୋଦୀ ରହିବ ବା ନ ରହିବ , ଦେଶ ସବୁବେଳେ ରହିବ।

ଶ୍ରୀ ମୋଦି କହିଛନ୍ତି ଯେ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ କେବଳ ନିଜ ପିଲାଙ୍କ ଭଭିଷ୍ୟତ ପାଇଁ କାମ କରୁଛନ୍ତି, ଯେତେବେଳେ ମୋଦି ଦେଶ ପାଇଁ କାମ କରୁଛନ୍ତି । ମୋଦି-ଯୋଗୀଙ୍କ ପିଲା ନାହାନ୍ତି, ସେମାନେ ଦେଶବାସୀ ଏବଂ ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ କାମ କରୁଛନ୍ତି । ‘ବିକଶିତ’ରେ ଚାରିଟି ଶବ୍ଦ ଅଛି, ଲୋକଙ୍କ ପିଲାଙ୍କ ସୁଖୀ ସଂସାର । ସେମାନଙ୍କ ଆୟ ଓ ରୋଜଗାର ହିଁ ସେହି ଉତ୍ତରାଧିକାର ଅଟେ, ଯାହାକୁ ମୋଦି ଆପଣଙ୍କ ପିଲାଙ୍କ ନାମରେ ଲେଖିବାକୁ ଚାହୁଁଛି, କିନ୍ତୁ ପରିବାରବାଦୀଙ୍କ ପାଖରେ ଉତ୍ତରାଧିକାର ଗାଡି, ବଙ୍ଗଲା ଓ ରାଜନୈତିକ ସୁଖ ଅଛି । କିଏ ମୈନପୁରୀ, କନୌଜ ଓ ଇଟାୱାକୁ ନିଜ ସଂପତ୍ତି ଭାବୁଛି ତ କିଏ ଆମେଠି, ରାଏବରେଲିକୁ ନିଜ ସଂପତ୍ତି ଭାବୁଛି । ମୋଦିର ଉତ୍ତରାଧିକାର ଗରିବଙ୍କ ପକ୍କା ଘର, ଦେଶର କୋଟି କୋଟି ମାଆ ଭଉଣୀଙ୍କୁ ମିଳିଥିବା ଶୌଚାଳୟ, ଦଳିତ-ପଛୁଆବର୍ଗଙ୍କୁ ମିଳୁଥିବା ବିଜୁଳି, ଗ୍ୟାସ, ନଳ, ନିଶୁଳ୍କ ରାସନ ଓ ନିଶୁଳ୍କ ସ୍ୱାସ୍ଥ୍ୟସେବା ଅଟେ ।ମୋଦିର ଉତ୍ତରାଧିକାର ସମସ୍ତଙ୍କର ଏବଂ ସମସ୍ତଙ୍କ ପାଇଁ ଅଟେ । ରାଜକୀୟ ପରିବାରର ଉତ୍ତରାଧିକାରୀ ହିଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବନିବ ଏହି କୁପ୍ରଥା ବି ଚା’ବାଲା ଭାଙ୍ଗି ଦେଇଛି । ଆଜି ଦେଶରେ ରାଜା ରାମ ମୋହନ ରାୟଙ୍କ ନାମ ଲେଖାଯାଉଛି, କାରଣ ସେ ଅନେକ କୁପ୍ରଥା ଭାଙ୍ଗିଥିଲେ, ଏଭଳି ହିଁ ଭବିଷ୍ୟତରେ କୁହାଯିବ ଯେ, ଜଣେ ଚା’ ବାଲା ପ୍ରଧାନମନ୍ତ୍ରୀ ଏଭଳି କୁପ୍ରଥା ଭାଙ୍ଗିଛି ଯେ, ଏବେ ଗରିବର ପୁଅ ବି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହୋଇପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମାଜବାଦୀ ପାର୍ଟି ଓ କଂଗ୍ରେସର କଥା ଓ ପ୍ରତିଶ୍ରୁତି ଦୁଇଟି ଯାକ ମିଛ ଅଟେ । ସମାଜବାଦୀ ପାର୍ଟି-କଂଗ୍ରେସର ନାରା ତ ମିଛ ଥିଲା, ଉଦ୍ଦେଶ୍ୟରେ ବି ଖୁଣ ରହିଛି । ଏହା ଦ୍ୱାରା ଦେଶର ଓ ସମାଜର ଅନେକ କ୍ଷତି ହେଉଥିଲେ ବି ଏହି ଲୋକେ ଲଗାତର ମିଛ କହୁଛନ୍ତି । ସମାଜବାଦୀ ପାର୍ଟି-କଂଗ୍ରେସର ଲୋକେ ଦେଶକୁ କରୋନା ସଂକଟ କାଳରେ ବି ଛାଡିନଥିଲେ । ମୋଦି ସେତେବେଳେ ଗୋଟିଏ-ଗୋଟିଏ ଜୀବନ ବଂଚାଇବାରେ ଲାଗିଥିଲା । ଦେଶର ବୈଜ୍ଞାନିକ କରୋନା ଟିକା ପ୍ରସ୍ତୁତ କରିଥିଲେ, କିନ୍ତୁ ସମାଜବାଦୀ ପାର୍ଟି ଓ କଂଗ୍ରେସର ଲୋକେ ଟିକାକୁ ବି ବଦନାକ କରୁଥିଲେ । ନିଜେ ଲୁଚିକରି ଟିକା ନେଉଥିଲେ, କିନ୍ତୁ ଟିଭିରେ ଲୋକଙ୍କୁ ଭଡକାଉଥିଲେ, ଯାହାଦ୍ୱାରା ହାହାକାର ମଚୁ ଓ ମୋଦିର ମୁଣ୍ଡରେ ପାପ ଲାଗୁ । ଏବେ ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ନେଇ ମିଛ ପ୍ରଚାର କରିବାରେ କଂଗ୍ରେସ-ସମାଜବାଦୀ ପାର୍ଟି ଜୋରରେ ଲାଗିପଡିଛନ୍ତି, କାରଣ ମୋଦି ଏମାନଙ୍କ ଭୋଟବ୍ୟାଙ୍କ ଓ ତୁଷ୍ଟିକରଣର ପୋଲ ଖୋଲି ଦେଇଛି । ଦେଶର ସମ୍ବିଧାନ ନିର୍ମାତା କହିଥିଲେ ଯେ, ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବନାହିଁ । ବାବା ସାହେବ ଆମ୍ବେଦକର ଓ ନେହେରୁ ବି କହିଥିଲେ ଯେ, ଧର୍ମ ଆଧାରରେ ସଂରକ୍ଷଣ ଦେବା ଉଚିତ ନୁହେଁ, କିନ୍ତୁ ଏବେ ସମାଜବାଦୀ-କଂଗ୍ରେସ ଓ ଏମାନଙ୍କ ସହଯୋଗୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଓବିସିଙ୍କ ସଂରକ୍ଷଣ ଛଡାଇ ଏହାକୁ ଧର୍ମ ଆଧାରରେ ବାଂଟିବାକୁ ଚାହୁଁଛନ୍ତି । କର୍ଣ୍ଣାଟକରେ ରାତା-ରାତି ଫତୱା ଜାରି କରି ପୂରା ମୁସଲିମ ସମୁଦାୟକୁ ଓବିସି ଘୋଷଣା କରିଦିଆଗଲା । ଓବିସି ସମୁଦାୟର ହକ୍ର 27 ପ୍ରତିଶତ ସଂରକ୍ଷଣର ବଡ ଭାଗ ଚୋରି କରିନିଆଗଲା । ଉତ୍ତରପ୍ରଦେଶରେ ଯଦି ଏପରି ହେବ ତେବେ ଯାଦବ, ମୌର୍ଯ୍ୟ, ପାଲ, ଜାଟଭ ଓ ଶାକ୍ୟ ସମାଜର ହକ୍ ଛଡାଇ ନିଆଯିବ । ଏହା ବହୁତ ବଡ ବିପଦର ଗ୍ୟାରେଂଟି ଅଟେ । ସମାଜବାଦୀର ଲୋକେ ଯେଉଁ ସମାଜର ଠିକାଦାର ହେବାର ଦାବି କରୁଛନ୍ତି, ସେହି ଭ୍ରମ ବି ଖୁବ ଶୀଘ୍ର ଭାଙ୍ଗିଯିବ । ସମାଜବାଦୀ ପାର୍ଟିକୁ ପୂରା ରାଜ୍ୟରେ ପ୍ରାର୍ଥୀ ବନାଇବା ପାଇଁ ନିଜ ପରିବାର ବାହାରୁ କେହି ଯାଦବ ମିଳିଲେ ନାହିଁ, ଯେତେବେଳେ କି ବିଜେପିରେ କେହି ବି କାର୍ଯ୍ୟକର୍ତ୍ତା ବଡରୁ ବଡ ପଦରେ ପହଂଚିପାରିବ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବ ଏହାର ଜ୍ୱଳନ୍ତ ଉଦାହରଣ ଅଟନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ସମାଜବାଦୀ ପାର୍ଟି ଓ କଂଗ୍ରେସର ଖରାପ ଉଦ୍ଦେଶ୍ୟର ଲିଷ୍ଟ ବହୁତ ଲମ୍ବା । ୫ ବର୍ଷ ପୂର୍ବରୁ କଂଗ୍ରେସର ରାଜ ପରିବାର ନିର୍ବାଚନ ସମୟରେ ମନ୍ଦିରଗୁଡିକର ଦର୍ଶନ କରୁଥିଲା । କଂଗ୍ରେସର ଯୁବରାଜ ତ କୋଟ୍ ଉପରେ ପଇତା ପିନ୍ଧିନେଇଥିଲେ କିନ୍ତୁ ଏବେ ମନ୍ଦିରଗୁଡିକର ଦର୍ଶନ ବନ୍ଦ ଅଛି ଓ କୋଟ୍ ଉପରେ ପିନ୍ଧାଯାଇଥିବା ପଇତା ମଧ୍ୟ କଢା ସରିଲାଣି । ୫୦୦ ବର୍ଷ ପରେ ରାମ ମନ୍ଦିର ନିର୍ମାଣର ଐତିହାସିକ ସମୟର ସାକ୍ଷୀ ହୋଇ ଦେଶ ଖୁସି ଥିଲା କିନ୍ତୁ କଂଗ୍ରେସ ଓ ସମାଜବାଦୀ ପାର୍ଟିର ନେତାମାନେ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣକୁ ଅସ୍ୱୀକାର କରିଦେଲେ । ଯେତେବେଳେ ମୁଁ ପ୍ରଭୂ କୃଷ୍ଣଙ୍କ ଦ୍ୱାରା ନିର୍ମିତ ଦ୍ୱାରିକାର ପୂଜା କରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲି ସେବେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଦ୍ୱାରିକାର ଅସ୍ତିତ୍ୱ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ ଓ ପୂଜାର ଉପହାସ ଉଡାଇଲେ । ନିଜକୁ ଯଦୁବଂଶୀ କହୁଥିବା ସପା ନେତାମାନଙ୍କର ସାଥୀ ରାହୁଲ ଗାନ୍ଧୀ ପ୍ରଭୂ ଶ୍ରୀ କୃଷ୍ଣଙ୍କ ପୂଜାର ଆଲୋଚନା କରନ୍ତି ଓ ସପା ଏହା ଉପରେ ଚୁପ୍ ରହେ । ମୋଦୀକୁ ଗାଳି ଦେଇ ଦେଇ ଏହି ଲୋକମାନେ ଭଗବାନ କୃଷ୍ଣଙ୍କର ମଧ୍ୟ ସମାଲୋଚନା କରୁଛନ୍ତି ଏବଂ ଏହି ତଥାକଥିତ ଯଦୁବଂଶୀ ସେମାନଙ୍କର ଆରତୀ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସପା ଶାସନ ରେ ଉତ୍ତର ପ୍ରଦେଶରେ ମହିଳାମାନେ ଅସୁରକ୍ଷିତ ଥିଲେ , ବ୍ୟାପାରୀମାନଙ୍କ ଠାରୁ ବଟି ଆଦାୟ କରାଯିବା ସାଧାରଣ ଥିଲା ଏବଂ ଜନତାଙ୍କ ଜମି ଉପରେ ବେଆଇନ୍ କବଜା ହେଉଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶର ଚିତ୍ର ବଦଳାଇ ଉଜ୍ୱଳ ଉତ୍ତର ପ୍ରଦେଶର ଗ୍ୟାରେଣ୍ଟି ଦେଇଛନ୍ତି । ବନ୍ଧୁକ ତିଆରି କାମ ପାଇଁ କୁଖ୍ୟାତ ହୋଇଥିବା ଉତ୍ତର ପ୍ରଦେଶରେ ଆଜି ସୁରକ୍ଷା କରିଡର ନିର୍ମାଣ ହେଉଛି । ରାଜ୍ୟର ଲୁଗା ଉଦ୍ୟୋଗ ଓ କନୌଜର ଅତରକୁ ନୂଆ ପରିଚୟ ମିଳିଯାଇଛି । ଦେଶର ଗୌରବ ବଢାଇବା ପାଇଁ ଜି-୨୦ ର ବୈଠକରେ ମଧ୍ୟ ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ମାନଙ୍କୁ କନୌଜ ର ଅତର ଉପହାରରେ ଦିଆଯାଇଥିଲା । ଚାଷୀ ଓ ପଶୁପାଳକମାନଙ୍କ ହିତ ଭାଜପା ସରକାରର ପ୍ରାଥମିକତା ଅଟେ । ଇଟାୱାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରାୟ ୭୦୦ କୋଟି ଟଙ୍କା ମିଳିଛି ଓ ଭାଜପା ସରକାର ଏହି ଅଞ୍ଚଳ ରେ ହଜାର ହଜାର ପଶୁମାନଙ୍କର ମାଗଣା ଟୀକାକରଣ କରାଇଛନ୍ତି । ଇଟାୱାର ବାଜରାକୁ ଶ୍ରୀ ଅନ୍ନ ରୂପରେ ବୈଶିକ ସ୍ତରରେ ପରିଚୟ ଦେବା ମୋଦୀର ଗ୍ୟାରେଣ୍ଟି । ଭାଜପା ସରକାର ଆଳୁ - ଟମାଟ ଚାଷୀଙ୍କ ପାଇଁ କୋଲ୍ଡ ଷ୍ଟୋରେଜ ଓ ଫୁଡ୍ ପ୍ରୋସେସିଂ ଫ୍ୟାକ୍ଟ୍ରିି ତିଆରି କରିବାକୁ ଯାଉଛି ଏବଂ ଏଥିପାଇଁ ଚାଷୀ ଉତ୍ପାଦକ ସଂଘଗୁଡିକୁ ପ୍ରୋତ୍ସାହନ ଦିଆଯାଉଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ମୋଦୀ ଗାଁର ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ୍ କରିବାର ସଂକଳ୍ପ ନେଇଛି । ଭାଜପା ସରକାର ବିଜୁଳି ବିଲ୍ କୁ ଶୂନ କରିବା ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ନେଇ ଆସିଛି , ଯାହାଦ୍ୱାରା ଘରରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସବସିଡି ଦିଆଯିବ , ଯେଉଁଥିରୁ ଜନତାଙ୍କୁ ମାଗଣା ବିଜୁଳି ମିଳିବ ଓ ଅତିରିକ୍ତ ବିଜୁଳି ସରକାରଙ୍କୁ ବିକ୍ରୀ କରି ଜନତା ଆୟ ମଧ୍ୟ କରିପାରିବେ । କେନ୍ଦ୍ରର ପ୍ରଧାନମନ୍ତଅୀ ମୁଦ୍ରା ଯୋଜନାରୁ ମିଳିଥିବା ଲାଭରେ ହଜାର ହଜାର ଯୁବକ ନିଜ ମନ ପସନ୍ଦର କାମ କରିପାରୁଛନ୍ତି ଏବଂ ଏବେ ଭାଜପା ମୁଦ୍ରା ଯୋଜନାରେ ୨୦ ଲକ୍ଷ ଟଙ୍କାର ବିନା ଗ୍ୟାରେଣ୍ଟି ରେ ଋଣ ଦେବାର ସଂକଳ୍ପ ନେଇଛି । ଏହି ଅଞ୍ଚଳରେ ହେଉଥିବା ବିକାଶ ଦ୍ୱାରା ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ଶ୍ରୀ ମୋଦୀ ଉପସ୍ଥିତ ଜନସମୁଦ୍ରଙ୍କୁ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଜନତା କେବଳ ସାଂସଦ ନୁହେଁ ବରଂ ଭାରତର ସରକାର ବାଛିବାକୁ ଯାଉଛନ୍ତି । ନିଜ ସାଂସଦ ରୂପରେ ଭାଜପା ପ୍ରାର୍ଥୀଙ୍କୁ ବାଛିବା ଦ୍ୱାରା ମୋଦୀ ସଶକ୍ତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ପ୍ରାର୍ଥୀଙ୍କୁ ବିଜୟୀ କରି ଦେଶରେ ପୁଣିଥରେ ମୋଦୀ ସରକାର ଗଠନ କରିବା ଓ ଜନ ଜନ ପର୍ଯ୍ୟନ୍ତ ଭାଜପାର ସନ୍ଦେଶ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ।

*******

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande