ମୌଳିକ ସମସ୍ୟା ପ୍ରଶ୍ନର ତଥ୍ୟଭିତ୍ତିକ ଉତ୍ତର ଦେବାକୁ ଆହ୍ବାନ '' ପ୍ରମୋଦ
ସମ୍ବଲପୁର ତା.୬/୫ - ବିଜେପି ପକ୍ଷରୁ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ରାଜ୍ୟବାସୀ ଙ୍କର ମୌଳିକ ସମ
tathya bhitika utter debaku ahwan


ସମ୍ବଲପୁର ତା.୬/୫ - ବିଜେପି ପକ୍ଷରୁ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ରାଜ୍ୟବାସୀ ଙ୍କର ମୌଳିକ ସମସ୍ୟା କୁ ନେଇ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରାଯାଉଛି । ହେଲେ ଶାସକ ଦଳ ସେଗୁଡିକ ର ତଥ୍ୟଭିତ୍ତିକ ଉତ୍ତର ନ ଦେଇ ତଥ୍ୟବିହୀନ ଓ ମିଥ୍ୟା ଅଭିଯୋଗ ଆଣି ଲୋକଙ୍କୁ ଭ୍ରମିତ କରୁଛି ବୋଲି ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଅଭିଯୋଗ କରିଛନ୍ତି । *ଡ଼.ରଥ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ପଶ୍ଚିମ ଓଡିଶା ରେ ହାଇ କୋର୍ଟ ପ୍ରସଙ୍ଗ ରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଓ ମାନ୍ୟବର ହାଇ କୋର୍ଟ ର ମୁଖ୍ୟ ବିଚାରପତି ଙ୍କ ଟିପ୍ପଣୀ ସମ୍ପର୍କିତ ତଥ୍ୟଭିତ୍ତିକ ଉତ୍ତର ରଖନ୍ତୁ, ମୁଁ କାଲି ଠୁ ସାମ୍ବାଦିକ ସମ୍ମିଳନୀ କରିବି ନାହିଁ ।*

ଆଜିର ସାମ୍ବାଦିକ ସମ୍ମିଳନୀ ରେ ଡ଼.ରଥ ରାଜ୍ୟ ର ଶିକ୍ଷା ବ୍ୟବସ୍ଥା ଓ ଉଜ୍ଜ୍ଵଳା ଯୋଜନା ପ୍ରସଙ୍ଗ ରେ ବିଜେଡି ପ୍ରବକ୍ତା ଡ଼.ଲେନିନ ମହାନ୍ତି କରିଥିବା ମିଥ୍ୟା ଅଭିଯୋଗ ବିରୋଧ ରେ ଗର୍ଜିଛନ୍ତି । ଡ଼.ରଥ ତାଙ୍କର ବକ୍ତବ୍ୟ ରେ କହିଛନ୍ତି ଯେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ପରିବାର ରୁ ଆସିଛନ୍ତି ଓ ଛୋଟ ବେଳୁ କାଠ ଚୁଲି ରେ ରୋଷେଇ କରୁଥୁବା ତାଙ୍କ ମାଁ ଙ୍କୁ ଦେଖିଛନ୍ତି । ମାଁ କାଠ ଚୁଲି ରେ ରୋଷେଇ କରିବା ସମୟରେ ଧୂଆଁ ଖାଇବା ଓ ଆଖିରୁ ଲୁହ ବାହାରିବା କଥା ତାଙ୍କୁ ବହୁତ କଷ୍ଟ ଦେଇଥଲା । ତେଣୁ, ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲା ପରେ ଦେଶ ର କୋଟି କୋଟି ମାଁ ଙ୍କୁ ଧୂଆଁ ରୁ ରକ୍ଷା କରିବା ପାଇଁ ଓ ଆଖୁରୁ ଲୁହ ପୋଛିବା ଉଜ୍ଜ୍ଵଳା ଯୋଜନା ର ପରିକଳ୍ପନା କରିଥିଲେ ଓ ଏହାର ଗୁରୁଦାୟୀତ୍ୱ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ନ୍ୟସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୦ବର୍ଷ ର କାର୍ଯ୍ୟକାଳ ରେ ହୋଇଥିବା ୧୮୦ ରୁ ଉର୍ଦ୍ଧ୍ୱ ଯୋଜନା ମଧ୍ୟରୁ ଉଜ୍ଜ୍ଵଳା ଯୋଜନା ଏକ ବିଶେଷ ସଫଳତା ଅର୍ଜନ କରିଛି । ସେଥିପାଇଁ ସାରା ବିଶ୍ୱରେ ଧର୍ମେନ୍ଦ୍ର ପ୍ରଧାନ j

ଉଜ୍ଜ୍ଵଳା ମ୍ୟାନ ନାଁ ରେ ପରିଚୟ ଲାଭ କରିଥିବା ବେଳେ ଯୋଜନା ର ଅଭୁତପୂର୍ବ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଓଡିଶା ରତ୍ନ ବୋଲି ସମ୍ମୋଧନ କରିଥିଲେ ।

ରାଜ୍ୟ ରେ ଯଦି କୌଣସି ପରିବାର ଉଜ୍ଜ୍ଵଳା ଯୋଜନା ର ଲାଭ ପାଇ ନାହାଁନ୍ତି ସେଥିପାଇଁ କେବଳ ଓ କେବଳ ରାଜ୍ୟ ସରକାର ଦାୟୀ । କାରଣ, ଉଜ୍ଜ୍ଵଳା ଗ୍ୟାସ ସଂଯୋଗ କେବଳ ରାସନ କାର୍ଡ ଧରି ଙ୍କୁ ହିଁ ମିଳିଥାଏ ଓ ରାଜ୍ୟ ର ଗରିବ ପରିବାର କୁ ଚିହ୍ନଟ କରି ରାସନ କାର୍ଡ ଦେବାର ଦାୟିତ୍ୱ ରାଜ୍ୟ ସରକାର ଙ୍କ ର । ଯଦି କୌଣସି ରାସନ କାର୍ଡ ଧରି ଉଜ୍ଜ୍ଵଳା ଯୋଜନା ପାଇଁ ଆବେଦନ କରିଛନ୍ତି ଓ ମିଳି ନାହିଁ ତାହେଲେ ତଥ୍ୟ ରଖି ବିଜେଡି ଅଭିଯୋଗ କରୁ । ଖାଲି ତଥ୍ୟବିହୀନ ମିଥ୍ୟା ଅଭଯୋଗ କରିବା ବନ୍ଦ କରୁ ।

ଆଉ ରହିଲା କଥା ଗ୍ୟାସ ର ମୂଲ୍ୟ ଓ ସବସିଡି କଥା ତାର ବି ତଥ୍ୟ ବୋଧେ ବିଜେଡି ପାଖରେ ନାହିଁ କିମ୍ବା ଜାଣିବୁଝି ଲୋକଙ୍କ ସମ୍ମୁଖରେ ରେ ମିଥ୍ୟା ତଥ୍ୟ ରଖି ଲୋକଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରୁଛି । ୨୦୨୩ ରକ୍ଷାବନ୍ଧନ ସମୟ ରେ ମୋଦୀ ଜୀ ଉଜ୍ଜ୍ଵଳା ଗ୍ୟାସ ରେ ପ୍ରତି ସିଲେଣ୍ଡର ୨୦୦ ଟଙ୍କା ହ୍ରାସ କରି ଦେଶ ର କୋଟି କୋଟି ଭଉଣୀ ଙ୍କୁ ଉପହାର ଦେଇଥିଲେ । ଆଗରୁ ଉଜ୍ଜ୍ଵଳା ଗ୍ୟାସ ଉପରେ ୨୦୦ ଟଙ୍କା ସବସିଡି ଥିଲା ବେଳେ ପରବର୍ତ୍ତୀ ସମୟରେ ଆଉ ୧୦୦ ଟଙ୍କା ସବସିଡି ଘୋଷଣା କରାଗଲା । ଏହାର ଅର୍ଥ ହେଲା ପ୍ରତ୍ୟେକ ମାଁ ଙ୍କୁ ଉଜ୍ଜ୍ଵଳା ଗ୍ୟାସ ର ମୂଲ୍ୟ ରେ ୫୦୦ ଟଙ୍କା ର ଲାଭ ହେଲା । ଏଥିରୁ ପ୍ରତି ସିଲେଣ୍ଡରରେ ୩୦୦ ଟଙ୍କା ସବସିଡି ସିଧା ସଳଖ ଭାବେ ହିତାଧିକାରୀ ମାଁ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଯାଉଛି । କରୋନା ସମୟ ରେ ପ୍ରତ୍ୟେକ ଉଜ୍ଜ୍ଵଳା ଯୋଜନା ହିତାଧିକାରୀ ଙ୍କୁ ୩ ଟି ଲେଖାଏଁ ଗ୍ୟାସ ସିଲେଣ୍ଡର ମାଗଣା ରେ ଦେଇଥିଲେ ମୋଦୀ ଜୀ ।

ଆଜିର ସାମ୍ବାଦିକ ସମ୍ମିଳନୀ ଡ଼.ରଥ ରେ ରାଜ୍ୟ ର ଭୁଶୁଡି ପଡ଼ିଥିବା ଶିକ୍ଷା ବ୍ୟବସ୍ଥା ସମ୍ପର୍କ ରେ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଥିଲେ । ସମଗ୍ର ରାଜ୍ୟ ର ଶିକ୍ଷା ବ୍ୟବସ୍ଥା ର ଚିତ୍ର ଉପସ୍ଥାପନ କରିବା ଉଦ୍ଦେଶ୍ୟ ରେ ସମ୍ବଲପୁର ଜିଲ୍ଲା ର ବିଦ୍ୟାଳୟ ମହାବିଦ୍ୟାଳୟ ର ପ୍ରକୃତ ତଥ୍ୟ ରଖିଥିଲେ ।

ସ୍କୁଲ ଶିକ୍ଷା ବ୍ୟବସ୍ଥା

Ø ବିନା ଶିକ୍ଷକରେ ଚାଲୁଛି ସ୍କୁଲ: ସମ୍ବଲପୁର ଜିଲ୍ଲାର ୧,୦୭୧ଟି ବିଦ୍ୟାଳୟ ମଧ୍ୟରୁ ୯୫୭ଟି ବିଦ୍ୟାଳୟରେ ଅର୍ଥାତ ୮୯% ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ଜଣେ ଶିକ୍ଷକ ନାହାନ୍ତି l

Ø ଖାଲି ପଡ଼ିଛି ଶିକ୍ଷକ ପଦବୀ, ଏପଟେ ଶିକ୍ଷିତ ଯୁବକ ବେରୋଜଗାର: ସମ୍ବଲପୁର ଜିଲ୍ଲାର ଥିବା ୩ ଟି ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ( ୨ HSS) ୩୦ ଟି ସ୍ଵୀକୃତ ଶିକ୍ଷକ ପଦ ଥିଲାବେଳେ ୧୧ ଟି ପଦ ଅର୍ଥାତ ୩୪% ଶିକ୍ଷକ ପଦବୀ ଏବେ ଖାଲି ପଡିଛି। ସ୍ଵାଧୀନତାର ୭୬ ବର୍ଷ ପରେ ବି ହାଇସ୍କୁଲ ଓ ବିଜ୍ଞାନ ଶିକ୍ଷା ଏକ ସ୍ଵପ୍ନ: ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଓ ରେଢ଼ାଖୋଲ ବ୍ଲକରେ ବିଜ୍ଞାନ ଶିକ୍ଷା ସହ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନଥିବା ଏକ ଲଜ୍ଜାର ବିଷୟ। ସମ୍ବଲପୁର ଜିଲ୍ଲାର ୭ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ l ଯୁଜୁମୁରା ବ୍ଲକର କଁସର ଓ ଲିପିଣ୍ଡା ପଞ୍ଚାୟତ, ଧନକଉଡା ବ୍ଲକର କନଖିଣ୍ଡା ପଞ୍ଚାୟତ, ଜମନକିରା ବ୍ଲକର ଚକୁଳିବାହଲ ଓ କଟାଙ୍ଗପାଣି ପଞ୍ଚାୟତ ଏବଂ ରେଙ୍ଗାଲି ବ୍ଲକର ସାଲାଡ଼ ଓ ତବଡ଼ବାହାଲ ପଞ୍ଚାୟତରେ ଏବେ ଯାଏ ହାଇସ୍କୁଲ ନାହିଁ।

Ø ଶିକ୍ଷାନୁଷ୍ଠାନ ମାନଙ୍କରେ ସୁବିଧାର ଉତ୍କଟ ଅଭାବ୍: ସମ୍ବଲପୁର ଜିଲ୍ଲାର ୩୬ଟି ପ୍ରାଥମିକ ବିଦ୍ୟାଳୟ କେବଳ ଗୋଟିଏ ଶ୍ରେଣୀଗୃହରେ, ୩୫୯ଟି ବିଦ୍ୟାଳୟ ମାତ୍ର ଦୁଇଟି ଶ୍ରେଣୀଗୃହରେ ଓ ୧୬୫ଟି ବିଦ୍ୟାଳୟ ମାତ୍ର ତିନୋଟି ଶ୍ରେଣୀଗୃହରେ ଚାଲୁ ଅଛି

o ୭୩.୬% ସ୍କୁଲରେ କମ୍ପୁଟର ନାହିଁ

o ୮୫% ସ୍କୁଲରେ ଇଣ୍ଟର୍ନେଟ ନାହିଁ

o ୬୧.୫% ସ୍କୁଲରେ ମାଧ୍ୟମିକ ବିଭାଗରେ ବିଜ୍ଞାନ ପରୀକ୍ଷାଗାର ନାହିଁ

Ø ପାଠ୍ୟ ଉପଲବ୍ଧି: ଏଏସ୍ଇଆର ରିପୋର୍ଟ ୨୦୨୩ ଅନୁସାରେ ସମ୍ବଲପୁର ଜିଲ୍ଲାରେ ୧୪ରୁ ୧୮ବର୍ଷ ବୟସବର୍ଗ ମଧ୍ୟରେ

o ୬୪% ଛାତ୍ରଛାତ୍ରୀ ସାଧାରଣ ହରଣ କରିପାରୁନାହାନ୍ତି।

o ୪୬% ଛାତ୍ରଛାତ୍ରୀ ଗୋଟିଏ ବାକ୍ୟକୁ ଠିକ୍ ଭାବେ ପଢ଼ି ପାରୁନାହାନ୍ତି।

o ୫୫.୫% ଛାତ୍ରଛାତ୍ରୀ ଦ୍ଵିତୀୟ ଶ୍ରେଣୀର ପାଠ ପଢିପାରୁଛନ୍ତି।

o ୩୫.୯% ଛାତ୍ରଛାତ୍ରୀ ଦ୍ଵିତୀୟ ଶ୍ରେଣୀର ଗଣିତ କରିପାରୁଛନ୍ତି।

Ø ଡ୍ରପ ଆଉଟ: ସମ୍ବଲପୁର ଜିଲାରେ ଉଚ୍ଚ ପ୍ରାଥମିକ ବର୍ଗରେ ଡ୍ରପ ଆଉଟ ହାର ୫.୭୧% ଥିବାବେଳେ ମାଧ୍ୟମିକ ବର୍ଗରେ ଏହା ୨୨.୨୪% ରହିଅଛି l

ଉଚ୍ଚଶିକ୍ଷା ବ୍ୟବସ୍ଥା

Ø ଭିସୁଟ ବୁର୍ଲା ବିଶ୍ୱବିଦ୍ୟାଳୟରେ ୩୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲ ପଡିଛି,

o ଅନୁମୋଦିତ ପଦବୀ ସଂଖ୍ୟା – ୩୦୯

o ଖାଲି ପଡ଼ିଥିବା ପଦବୀ ସଂଖ୍ୟା – ୯୩

o ଅଣ ଶିକ୍ଷକ ପଦବୀରେ ୨୧୭ ପଦବୀରୁ ୮୫ ଟି ପଦବୀ ଖାଲି।

Ø ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ ୫୨୭ ପ୍ରତିଶତ ୫୨.୭ ପ୍ରତିଶତ ପଦବୀ ଖାଲି ପଡିଛି,

o ଅନୁମୋଦିତ ପଦବୀ ସଂଖ୍ୟା – ୧୪୪

o ପୂରଣ ହୋଇଥିବା ପଦବୀ - ୬୮

o ଖାଲି ପଡ଼ିଥିବା ପଦବୀ ସଂଖ୍ୟା - ୭୬

Ø ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ୪୭ ପ୍ରତିଶ

ପଦବୀ ଖାଲି ପଡିଛି

o ଅନୁମୋଦିତ ପଦବୀ ସଂଖ୍ୟା – ୧୫୩୦

ପୂରଣ ହୋଇଥିବା ପଦବୀ - ୮୨୦

ଖାଲି ପଡ଼ିଥିବା ପଦବୀ ସଂଖ୍ୟା –୭୧

୦୫୨୦ ଟି ଅଣ-ଶିକ୍ଷକ ପଦବୀ ମଧ୍ୟରୁ ୩୩୫ଟି ପଦବୀ ଖାଲି ପଡ଼ିଛି ।

Ø ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ, ସମ୍ବଲପୁର ସ୍ଥାପନ ହେବାର ୯ ବର୍ଷ ପରେ ବି ଯାଏ ନିୟମିତ ପ୍ରଫେସର୍ କିମ୍ବା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତ ପାଇଲେ ନାହିଁ ।

Ø

ମେଡ଼ିକାଲ କଲେଜରେ ପ୍ରଫେସର ଅଭାବ:

o ଶିକ୍ଷଣ ପଦବୀ: ବୁର୍ଲା ମେଡ଼ିକାଲ କଲେଜରେ ୫୫ ପ୍ରତିଶତ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ଆଦି ଶିକ୍ଷଣ ପଦବୀ ଖାଲି ପଡ଼ିଛି, ମୋଟ ସ୍ଵୀକୃତ ୫୧୩ ପଦବୀରୁ ୨୮୦ଟି ପଦବୀ ଆଜି ଖାଲି ପଡ଼ିଛି।

o ଅଣ ଶିକ୍ଷକ ପଦବୀ: ବୁର୍ଲା ମେଡ଼ିକାଲ କଲେଜରେ 33% ଅଣ ଶିକ୍ଷକ ପଦ ଖାଲି ପଡ଼ିଛି। ୧୭୫୪ ପଦବୀ ମଧ୍ୟରୁ ୫୮୨ ଟି ପଦବୀ ଖାଲି।

ସମ୍ବଲପୁର ଜିଲ୍କା ର ଏସବୁ ତଥ୍ୟ ରଖି ଡ଼.ରଥ ପଚାରିଥିଲେ ଏହା କଣ ବିଜେଡି ସରକାର ର ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା କି..?*

ଆଜିର ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ସକ୍ରିୟ କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ ରଥ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ /ସମନ୍ୱୟ


 rajesh pande