ହୃଦ୍ ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର, ୬ ମଇ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହୃଦ୍ ରୋଗ ସଚେତନତା ଓ ମାଗଣା
ହୃଦ୍ ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ବ୍ରହ୍ମପୁର, ୬ ମଇ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ହୃଦ୍ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ, ଅଧିକ ଚର୍ବି ଜାତୀୟ, ଗରିଷ୍ଠ, ଆମିଷ, ତୈଳ ଜାତୀୟ ଖାଦ୍ୟ, ଆଳସ୍ୟ, ଅତି ପରିଶ୍ରମ, ଚିନ୍ତା, ଭୟ ଦ୍ଵାରା ରକ୍ତରେ ଚର୍ବି ବଢି ଅନ୍ତଃ ଶିରା ଧମନୀ, ହୃଦୟ କପାଟରେ ଚର୍ବି ଓ ଆମ ଲାଗି ଶିରା, ଧମନୀ ଓ ହୃଦୟ କପାଟ ସଙ୍କୁଚିତ ହୋଇଯାଏ। ହୃଦୟ ମାଂସ ପେଶୀକୁ ରକ୍ତ ଯୋଗାଣ କମିଯାଏ। ଫଳରେ ମାଂସପେଶୀ ଦୁର୍ବଳ ହୋଇଯାଏ। କାରଣ ଗୁଡିକୁ ଛାଡି ଅର୍ଜୁନ ଛାଲି କ୍ଵାଥ, ରସୁଣ, ପଦ୍ମମଞ୍ଜି ଖାଇଲେ, ଯୋଗାସନ କଲେ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ।

ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ସମସ୍ତେ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande