ପାଖେଇ ଆସୁଛି ନିର୍ବାଚନ ସମୟ, ଲୋକଙ୍କ ନିକଟତର ହେବାରେ ଲାଗିଛି ବିଜେଡି
ମାଲକାନଗିରି, ୬ ମଇ (ହି.ସ.)- ପାଖେଇ ଆସୁଛି ୨୦୨୪ ନିର୍ବାଚନ । ମତଦାନ ଆରମ୍ଭ ଲାଗି ଆଉ ମାତ୍ର କିଛିଦିନ ରହିଥିବା ବେଳେ

ମାଲକାନଗିରି, ୬ ମଇ (ହି.ସ.)- ପାଖେଇ ଆସୁଛି ୨୦୨୪ ନିର୍ବାଚନ । ମତଦାନ ଆରମ୍ଭ ଲାଗି ଆଉ ମାତ୍ର କିଛିଦିନ ରହିଥିବା ବେଳେ ଚାରି ଆଡ଼େ ନିର୍ବାଚନକୁ ନେଇ ପାଣିପାଗ ଉଷ୍ଣ ହେବାକୁ ଲାଗିଛି । ସବୁଠି ବର୍ତ୍ତମାନ ଏହି ସମାନ ଉଷ୍ଣତା ଦେଖିବାକୁ ମିଳିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଥିବା ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ମାଲକାନଗିରି ଓ ଚିତ୍ରକୋଣ୍ଡାରେ ମଧ୍ୟ କିଛି ସମାନ ଚିତ୍ର ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ କିନ୍ତୁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଟିକେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଥର ଏହି ନିର୍ବାଚନ ମଣ୍ଡଳୀରେ ରୋଚକ ଢଙ୍ଗର ରାଜନୀତି ଦେଖିବାକୁ ମିଳିଛି । କାରଣ ବିଗତ ନିର୍ବାଚନରେ ଏଠି ବିଜେପି ବିଧାୟକ ପ୍ରାର୍ଥୀ ବାଜିମାତ କରିଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ଦଳ ଯଥା ବିଜେଡି ଓ କଂଗ୍ରେସକୁ ପରାଜୟ ସ୍ଵୀକାର କରିବାକୁ ପଡିଥିଲା । ତେବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ କିନ୍ତୁ ଲୋକେ ବାଛିଥିବା ବିଜେପି ବିଧାୟକ ଲୋକଙ୍କୁ ବିଶେଷ ରୂପେ ଆକୃଷ୍ଟ କରିପାରି ନଥିବା ବେଳେ ଏହି ପାଞ୍ଚ ବର୍ଷ ମଧ୍ୟରେ ବିଜୁ ଜନତା ଦଳ ଲୋକଙ୍କ ଅଧିକ ନିକଟତର ହୋଇଥିବା ଦେଖିବାକୁ ମିଳିଛି । ସ୍ଵାସ୍ଥ୍ୟଗତ ସମସ୍ୟା ସହ ଲୋକଙ୍କ ନିକଟରେ ନିଜକୁ ଉପସ୍ଥିତ କରାଇ ନପରି ବିଗତ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ଏକ ପ୍ରକାର ଲୋକଙ୍କ ମନରେ କଷ୍ଟ ଦେଇଥିବା ବେଳେ ବର୍ତ୍ତମାନ ଲୋକେ କିନ୍ତୁ ବିଜେଡି ଆଡକୁ ଢଳିଥିବା କୁହାଯାଉଛି । ତେବେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଭୋଟ ପ୍ରଚାର ଆରମ୍ଭ ହୋଇଯାଇଛି । ତେବେ ଏସବୁ ମଧ୍ୟରେ କଂଗ୍ରେସ ଦଳ ନିଜର ପୂର୍ବ ପ୍ରାର୍ଥୀ ମାଲା ମାଢିଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡି ଦଳ ନିଜର ଜିଲ୍ଲା ସଭାପତି ତଥା ୨୦୧୪ ନିର୍ବାଚନରେ ବିଧାୟକ ଭାବେ ବାଜିମାତ କରିଥିବା ପ୍ରାର୍ଥୀ ମାନସ ମାଡକାମିଙ୍କୁ ଟିକେଟ ପ୍ରଦାନ କରିଛି । ସେହିପରି ଚଳିତ ନିର୍ବାଚନ ପାଇଁ ବିଜେପି ନିଜ ଦଳର ବିଧାୟକ ଥିବା ଆଦିତ୍ୟ ମାଢିଙ୍କୁ ବାଦ ଦେଇ ନୂଆ ମୁହଁ ଭାବେ ନରସିଂହ ମାଡକାମୀଙ୍କୁ ଟିକେଟ ପ୍ରଦାନ କରିଛି । ଯଦି ପ୍ରଚାର ପ୍ରସାର କଥା କୁହାଯାଏ ତେବେ ଏସବୁ ଦଳ ମଧ୍ୟରେ ବିଜେଡି ଆଗୁଆ ରହିଥିବା ଦେଖିବାକୁ ମିଳିଛି । କାରଣ ବିଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପି ବିଧାୟକ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଥିବା ସତ୍ବେ ସେ ଲୋକଙ୍କ ନିକଟତର ହୋଇପାରିନଥିଲେ। ବର୍ତ୍ତମାନର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଅଧିକ ନିକଟତର ହୋଇଛନ୍ତି ।

ଅନ୍ୟପଟେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ କଥା ଯଦି କୁହାଯାଏ ତେବେ ଲଗାତର ଭାବେ ପ୍ରାର୍ଥୀ ହୋଇ ପରାଜୟ ସ୍ଵୀକାର କରିଥିବା ମାଲା ମାଢିଙ୍କୁ ଦଳ ପୁନଃ ଟିକେଟ ଦେଇଥିବା ବେଳେ ଶ୍ରୀ ମାଢି ବିଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିଜ ଅଞ୍ଚଳରୁ ଲଢେଇ କରି ପରାଜୟର ସ୍ଵୀକାର କରିବାକୁ ପଡିଥିଲା । ତେଣୁ ଏପରି ସ୍ଥିତିରେ ସେ ବିଧାୟକ ଭାବେ କିପରି ବାଜିମାତ କରିବେ ତାହା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏ ସବୁରୁ ସୁଫଳ ବିଜେଡିକୁ ମିଳିବ ବୋଲି କୁହାଯାଉଛି । ଗତ ୨୦୧୪ ନିର୍ବାଚନରେ ମାଲକାନଗିରି ଆସନରୁ ବିଜେଡି ଦଳର ପ୍ରାର୍ଥୀ ମାନସ ମାଡକାମୀଙ୍କୁ ୪୭,୭୩୭ ଭୋଟ ମିଳିଥିବା ବେଳେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ସେ ସମୟରେ ତାଙ୍କ ପ୍ରତିଦ୍ଵନ୍ଦୀ କଂଗ୍ରେସ ଦଳର ମାଲା ମାଢ଼ି ୪୪,୪୨୫ଟି ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢି ୩୬ ,୨୧୨ ଟି ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । କିନ୍ତୁ ବିଗତ ୨୦୧୯ ନିର୍ବାଚନରେ ଏହି ଆସନରୁ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢି ୭୦,୨୬୩ଟି ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ପ୍ରତିଦ୍ଵନ୍ଦୀ କଂଗ୍ରେସ ଦଳର ମାଲା ମାଡ଼ି ୪୪,୬୯୪ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ବିଜେଡି ଦଳର ପ୍ରାର୍ଥୀ ମୁକୁନ୍ଦ ସୋଡି ୪୧,୬୬୭ଟି ଭୋଟ ପାଇ ତୃତୀୟ ସ୍ଥାନରେ ଥୂଲେ । ବର୍ତ୍ତମାନର ଚିତ୍ର କିନ୍ତୁ ସମ୍ପୂର୍ଣ ଅଲଗା ହୋଇଥିବା ବେଳେ ବିଜୁ ଜନତା ଦଳ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ଚର୍ଚା ହେଉଛି । କାରଣ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଓ ମାଲକାନଗିରି ଜିଲ୍ଲାରୁ ଅନେକ ଯୋଜନାର ଶୁଭାରମ୍ଭ କରି ଜିଲ୍ଲାକୁ ବିକାଶର ଲଞ୍ଚ ପ୍ୟାଡ କରିଥିବାରୁ ଲୋକେ ବିକାଶମୂଳକ ସରକାରଙ୍କ ସପକ୍ଷରେ ଥିବା ଅନୁମାନ ହେଉଛି । ବିଜୁ ଜନତା ଦଳ ଇତିମଧ୍ୟରେ ନିଜର ସଙ୍ଗଠନକୁ ମଧ୍ୟ ଅଧିକ ମଜବୁତ କରିଥିବା ବେଳେ ବିଗତ ପଞ୍ଚାୟତ ନିର୍ବାଚନରେ ଦଳ ବିପୁଳ ସଂଖ୍ଯାରେ ବାଜିମାତ କରିଥିଲା ଓ ବିଜେପି ଦଳର ସମର୍ଥିତ ପ୍ରାର୍ଥୀ ଧରାଶାୟୀ ହୋଇ ପଡିଥିଲେ । ଏସବୁ କାରଣରୁ ବର୍ତ୍ତମାନ ବିଜେଡି ଦଳକୁ ଏସବୁର ସୁଫଳ ମିଳି ସେ ବାଜିମାତ କରିବେ ବୋଲି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ଆଶା ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ

 rajesh pande