ବଲାଙ୍ଗିର ନିର୍ବାଚନ 20 ତାରିଖ ରେ ସବୁଦଳର ପ୍ରଚାର ଗ୍ରାମ ମୁହାଁ: ଟାର୍ଗେଟ ରେ ଯୁବ ଓ ମହିଳା ଭୋଟର
ବଲାଙ୍ଗିର 6 ମଇ(ହି ସ): ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ଆସନ୍ତା ମେ ୨୦ ତାରିଖରେ ହେବାକୁଥିବା ସାଧାରଣନିର୍ବାଚନ ପାଇଁ
ବଲାଙ୍ଗିର ନିର୍ବାଚନ 20 ତାରିଖ ରେ ସବୁଦଳର ପ୍ରଚାର ଗ୍ରାମ ମୁହାଁ: ଟାର୍ଗେଟ ରେ ଯୁବ ଓ ମହିଳା ଭୋଟର


ବଲାଙ୍ଗିର 6 ମଇ(ହି ସ): ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ଆସନ୍ତା ମେ ୨୦ ତାରିଖରେ ହେବାକୁଥିବା ସାଧାରଣନିର୍ବାଚନ ପାଇଁ ପ୍ରଚାର ମଇଦାନ ଜମିଆସୁଛି । ରାଜନୈତିକ ଦଳ ମାନେ ନିଜନିଜ ଢଙ୍ଗରେ ପ୍ରଚାର ଚଳାଇଛନ୍ତି । ଏହି ନିର୍ବାଚନ ମଣ୍ଡଳିରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖି ଲଢାଇ ହେବାକୁଯାଉଛି । ବିଜେଡି ଦଳରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, କଂଗ୍ରେସର କଂଗ୍ରେସନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଓ ବିଜେପିଦଳରୁ ଗୋପାଳଜୀ ପାଣିଗ୍ରାହୀ ପ୍ରାର୍ଥି ହୋଇଛନ୍ତି । ପ୍ରାୟ ସବୁଦଳର ନେତା ସକାଳ ବେଳା ଗାଁମାନଙ୍କରେ ପ୍ରଚାର କରି ସଂଧ୍ୟାରେ ସହରରେ ପ୍ରଚାର କରୁଛନ୍ତି । ଟାର୍ଗେଟରେ ମହିଳା ଓ ଯୁବଭୋଟର ରହିଛନ୍ତି । ରାଜ୍ୟରେ ମହିଳା ଭୋଟରମାନେ ସ୍ୱୟଂସହାୟିକାଗୋଷ୍ଠୀ ଜରିଆରେ ସରକାରୀ ଯୋଜନାରୁ ଲାଭାନ୍ୱିତ ହେଉଥିବା କାରଣରୁ ଶାସକ ବିଜେଡିଦଳ ପ୍ରତି ସେମାନଙ୍କର ଆଗ୍ରହ ରହିଛି । ବିଜେଡି ପ୍ରାର୍ଥି କଳିକେଶଙ୍କ ପତ୍ନୀ ମେଘନା ସିଂଦେଓ ନିଜେ ଗାଁ ଗାଁ ବୁଲି ବୁଲି ସ୍ୱାମୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ବିଜେଡିଦଳର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ମହିଳା ସଭାପତି ଦମୟନ୍ତି ବାଘ,ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା,ପୂର୍ବତନ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ସଦରବ୍କ ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ଦେଓଗାଁ ବ୍ଲକଅଧ୍ୟକ୍ଷା ରୀନା ମେହେର,ରାଜ୍ୟ ସଂପାଦିକା ସାଗରିକା ଗୁରୁ, ଜିଲ୍ଲାପରିଷଦ ସଭ୍ୟା ମମତା କୁମୁରା, ସୁମତି ସେଠ,ଅନାମିକା ହୋତା ଓ ସଦରବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଳି ହୋତା ପ୍ରମୁଖ ନିର୍ବାଚନୀପ୍ରଚାର ମଙ୍ଗଧରିଛନ୍ତି । ଗାଁଗାଁରେ ନବୀନ ସରକାରଙ୍କ ଜନହିତକାରୀ ଯୋଜନା ବିଷୟରେ ଲୋକଙ୍କୁ କହି ଭୋଟ ମାଗୁଛନ୍ତି । ରାଜପରିବାରର ଅନଙ୍ଗଉଦୟ ସିଂଦେଓ, କଳିକେଶନାରାୟଣ ସିଂଦେଓ,ମନ୍ମଥବିଜୟ ସିଂଦେଓ ଓ ଅର୍କେଶନାରାୟଣ ସିଂଦେଓଙ୍କ ସମେତ ଅନ୍ୟାନ୍ୟ ନେତାଗଣ ପ୍ରଚାର ମଇଦାନରେ ରହିଛନ୍ତି । ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର,ଭଗବାନ ବଗର୍ତ୍ତି,ଗୋଲାପ ବାଗ,ଓଁକାର ନାୟକ,ବିଧୁଭୂଷଣ ତ୍ରୀପାଠୀ,ପ୍ରଦ୍ୟୁତ ମିଶ୍ର,ସୁଦାମ ସାହୁ,ଚନ୍ଦ୍ରମନୀ ତ୍ରୀପାଠୀଙ୍କ ସମେତ ଅନ୍ୟାନ୍ୟ ନେତାଗଣ ପ୍ରଚାର କରୁଛନ୍ତି ।

କିନ୍ତୁ ସେପଟେ କଂଗ୍ରେସଦଳ ପକ୍ଷରୁ ମଧ୍ୟ ମହିଳା ଭୋଟରଙ୍କୁ ହାତେଇବା ପାଇଁ ଗତ ୬ମାସ ହେଲା କେଉଁଠି ସୁନ୍ଦରାକାଣ୍ଡ ତ ଆଉ କେଉଁଠି ଆଉ କିଛି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କର ନିକଟତର ହେବାକୁ ଚେଷ୍ଟା କରାଯାଉଛି । କଂଗ୍ରେସ ପ୍ରାର୍ଥି ସମରେନ୍ଦ୍ର ମହିଳା ଯୁବସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ସହରର ମହିଳା ଭୋଟରଙ୍କ ସହିତ ଭାବବିନିମୟ କରୁଛନ୍ତି । ବିଜେଡି ଶାସନରେ ମହିଳା ନିର୍ଯ୍ୟାତନା କଥା ମଧ୍ୟ ଉଠାଉଛନ୍ତି । ତେବେ ଏଥର ପ୍ରଚାର ଟିକିଏ ନିଆରା ଢଙ୍ଗରେ ଚାଲିଛି । କଂଗ୍ରେସଦଳ ନିଜପ୍ରଚାରକୁ ଷ୍ଟ୍ରାଟେଜିକାଲି ଯିବାକୁ ଏକ ଟେକଟିକଗ୍ରୁପ (ବୈଷୟିକ ପରାମର୍ଶଦାତା) ଆଣି ରଖିଛି । ତାଙ୍କର ପରାମର୍ଶରେ କାର୍ଯ୍ୟକ୍ରମ ଚାଲୁଛି । କଂଗ୍ରେସଦଳ ପ୍ରଚାର ଟିମରେ ମହିଳା ସଂଖ୍ୟା କମରହୁଛନ୍ତି । କିନ୍ତୁ ଏବେ କିଛିଦିନ ହେଲା ସମରେନ୍ଦ୍ରଙ୍କ ଭାଉଜ ଅମରେନ୍ଦ୍ରଙ୍କ ପତ୍ନୀ ପ୍ର୍ଚାରକୁ ଓହ୍ଲାଇଛନ୍ତି । ସେ ଉଭୟ ବଲାଙ୍ଗୀରର ଝିଅ ଓ ବୋହୁ ମଧ୍ୟ । ତେଣୁ ତାଙ୍କର ସଂମ୍ପର୍କିୟଙ୍କ ସମେତ ଅ୍ୟନ୍ୟାନ୍ୟ ମହିଳାଙ୍କୁ ନେଇ ସେ ପ୍ରଚାର ଚଳାଇଛନ୍ତି । ବିଧାୟକ ନରସିଂହ ମିଶ୍ର,ସମରେନ୍ଦ୍ର ମିଶ୍ର, ଅମରେନ୍ଦ୍ର ମିଶ୍ର,ରାହୁଲ ମିଶ୍ର,ସ୍ମାରକ ମିଶ୍ର, ବୀରେନ୍ଦ୍ର ମିଶ୍ର, ସଭାପତି ଅଶୋକ ନନ୍ଦ, ନଗର ସଭାପତି ବୁଲୁ ଦାନୀ, ସୁରୁଲାଲ ମଟାରୀ, ସନ୍ତକବହିଦାର, ମନୀଷ ମିଶ୍ର, ଅସୀତ ମିଶ୍ର,ଅଜୟ ବାଲି ପ୍ରମୁଖ ପ୍ରଚାରକୁ ଯୋର ଧରାଇଛନ୍ତି ।

ସେପଟେ ବିଜେପିର ଗୋପାଳଜୀ ପାଣିଗ୍ରାହୀ, ନିଜେ ବଲାଙ୍ଗିର ପାଇଁ ବିଭିନ୍ନ ପ୍ରସଙ୍ଗରେ ତାଙ୍କର କାର୍ଯ୍ୟ କୁ କହୁଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କ ପୁଅ ରାହୁଲ ପାଣିଗ୍ରାହୀ, ସନ୍ତୋଷ ପଟ୍ଟନାୟକ ,ଗିରିଶ ସିଂଦେଓ,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ରଶ୍ମିରେଖା ଦାନୀ,ଅନୀତା ମିଶ୍ର ପ୍ରମୁଖ ପ୍ରଚାର ମଇଦାନରେ ରହିଛନ୍ତି ।/ବନ୍ଦନା


 rajesh pande