ଖମ୍ବେଶ୍ୱରୀପାଲିଠାରେ ବସ୍ ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ୱର/ସୁବର୍ଣ୍ଣପୁର, 6 ମଇ (ହି.ସ.)- ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖମ୍ବେଶ୍ୱରୀପାଲି ଠାରେ ଘର
ଖମ୍ବେଶ୍ୱରୀପାଲିଠାରେ ବସ୍ ଦୁର୍ଘଟଣାଗ୍ରସ୍ତ


ଭୁବନେଶ୍ୱର/ସୁବର୍ଣ୍ଣପୁର, 6 ମଇ (ହି.ସ.)- ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖମ୍ବେଶ୍ୱରୀପାଲି ଠାରେ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସାଇରାଜ ନାମକ ନାଇଟ୍ ବସଟି ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଫଳରେ ବସରେ ଥିବା ୭ ଯାତ୍ରୀ ଆହତ ଓ ୪ ଯାତ୍ରୀ ଗୁରୁତର ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande