ଧାମରାରୁ ମଦ ଚୋରା ଚାଲାଣ ବେଳେ କେନ୍ଦ୍ରାପଡା ପୁଲିସ ଦ୍ୱାରା ଜବତ
ଭଦ୍ରକ, ୬ ମଇ (ହି.ସ.) - ଭଦ୍ରକ ଜିଲା ଧାମରା ଅଂଚଳରେ ଦିନକୁ ଦିନ ମଦ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ରୋକ ଲଗାଇବାକ
ଧାମରାରୁ ମଦ ଚୋରା ଚାଲାଣ ବେଳେ କେନ୍ଦ୍ରାପଡା ପୁଲିସ ଦ୍ୱାରା ଜବତ


ଭଦ୍ରକ, ୬ ମଇ (ହି.ସ.) - ଭଦ୍ରକ ଜିଲା ଧାମରା ଅଂଚଳରେ ଦିନକୁ ଦିନ ମଦ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ରୋକ ଲଗାଇବାକୁ ଅଂଚଳବାସୀ ଦାବୀ କରିଛନ୍ତି । ଆଜି ଧାମରା କାଳିନାଳୀ ଠାରୁ ଅଂଶୁମାନ ଜାନା ଙ୍କ ଭୁଟୁଭୁଟି ଯୋଗେ ମଦ ଚୋରା ଚାଲାଣ ହେଉଥିବା ବେଳେ ଏହି ଖବର କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ମେରାଇନ ପୁଲିସ ପାଖରେ ପହଂଚିଥିଲା । ତାଳଚୁଆ ମେରାଇନ ଥାନାଧିକାରୀଣି ତାଳଚୁଆ ଜେଟୀ ଠାରେ ସଂପୃକ୍ତ ବୋଟର ଚାଳକ ଏବଂ ମଦ ଚୋରା ଚାଲାଣ କରୁଥିବା ବେପାରୀକୁ ଅଟକ ରଖିବା ସହ ବୋଟରେ ଥିବା ୨ପେଟି ମଦ କୁ ଜବତ କରିଥିଲେ । ଧାମରା ମେରାଇନ ଅଂଚଳରୁ ବ୍ୟାପକ ମଦ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ସହ ଧାମରା ମେରାଇନ ଥାନା ଦିନକୁ ଦିନ ନିଷ୍କ୍ରିୟ ହୋଇ ପଡୁଥିବା ବେଳେ ଚୋରା ମଦ ବେପାରୀ ଏହାର ସୁଯୋଗ ନେଇ ଏକ ଚାଟିଆ ବେପାର କରୁଥିବା ବେଳେ ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande