ରାଜ୍ୟରେ ବିଜେପି ସରକାରରେ ଆସିଲେ 2029 ସୁଦ୍ଧା ଓଡ଼ିଶାରେ ଜଳସେଚନ 3 ଗୁଣା ବଢିବ -ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର, 07 ମଇ – ରାଜ୍ୟରେ ବିଜେପି ସରକାରରେ ଆସିଲେ 2029 ସୁଦ୍ଧା ଓଡ଼ିଶାରେ ଜଳସେଚନ 3 ଗୁଣା ବଢିବ ବୋଲି କହିଛନ୍
ରାଜ୍ୟରେ ବିଜେପି ସରକାରରେ ଆସିଲେ 2029 ସୁଦ୍ଧା ଓଡ଼ିଶାରେ ଜଳସେଚନ 3 ଗୁଣା ବଢିବ -ବୈଜୟନ୍ତ ପଣ୍ଡା


ଭୁବନେଶ୍ୱର, 07 ମଇ – ରାଜ୍ୟରେ ବିଜେପି ସରକାରରେ ଆସିଲେ 2029 ସୁଦ୍ଧା ଓଡ଼ିଶାରେ ଜଳସେଚନ 3 ଗୁଣା ବଢିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ସେ କହିଛନ୍ତି ଯେ 10 ବର୍ଷ ଭିତରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ଯାଉଛି. ବିଶ୍ବ ସାରା ପ୍ରଂଶସା ପାଉଛି. ଅନ୍ୟ ଦେଶ ମୋଦିଙ୍କ ସାହାଯ୍ୟ ଲଢୁଛନ୍ତି. ଭାରତ ତୃତୀୟ ବଡ ଅର୍ଥନୀତି ହେବାକୁ ଯାଉଛି । ଦେଶର ଏହି ପ୍ରଗତି ଭିତରେ ଓଡିଶା ବଞ୍ଚିତ ହେଉଛି । 25 ବର୍ଷରେ ଓଡିଶାକୁ 1 ନମ୍ବର କରି ପାରିଥାନ୍ତେ । ଓଡିଶା ପାଇଁ ବିଜେପିର ସଂକଳ୍ପ ପତ୍ରପେ ଓଡ଼ିଶାର ଅର୍ଥନୈତିକ ସ୍ଥିତି କେମିତି ଆଗକୁ ବଢ଼ାଯିବ ସେ ବିଷୟରେ ଉଲ୍ଲେଖ ରହିଛି ।

ସେ କହିଛନ୍ତି ଯେ, କୃଷି କ୍ଷେତ୍ରରେ ବିଜେଡି 17 ବର୍ଷ ତଳେ କହିଥିଲା 33 ପ୍ରତିଶତ ଜମି ଜଳସେଚନ ହେବ । ହେଲେ ସେମାନେ ଏହା କରିପାରିଲେ ନାହିଁ. ଚାଷୀ ହନ୍ତସନ୍ତ ହେଉଛନ୍ତି । ହେଲେ ବିଜେପି ର ସଂକଳ୍ପ 2029 ସୁଦ୍ଧା ଓଡ଼ିଶାରେ ଜଳସେଚନ 3 ଗୁଣା ବଢିବ ଷ। ଏହା ସହ ଧାନ ଏମଏସପି 3100 କରାଯିବ । 48 ଘଂଟାରେ ଡିବିଟି ମାଧ୍ୟମରେ ଚାଷୀଙ୍କୁ ଆକାଉଣ୍ଟକୁ ପହଂଚିଯିବ । ମତ୍ସ୍ୟଜୀଵୀଙ୍କ ପାଇଁ 10 ହଜାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ସେ କହିଛନ୍ତି ଯେ 25 ବର୍ଷ ଶାସନରେ ସରକାରୀ ପାଦବୀ ଖାଲି ପଡିଛି । ଓଡ଼ିଶାର ଯୁବକ ବାହାରକୁ ଯାଉଛନ୍ତି । ବିଜେପି ର ପ୍ରତିଶ୍ରୁତି 85 ହଜାର ସରକାରୀ ପାଦବୀ ପୂରଣ ହେବ. ଦେଢ଼ ଲକ୍ଷ ଚାକିରି ଦିଆଯିବ । ଓବିସି ଏବଂ ଆର୍ଥିକ ଅନାଗ୍ରସର ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ । 75 ହଜାର କିମି ପକ୍କା ରାସ୍ତା ତିଆରି ହେବ ଯାହାଦ୍ୱାରା ଶିଳ୍ପ ଆସିବା ସହଜ ହେଇଯିବ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande