ବିଜେପି କେବଳ ପ୍ରତିଶୃତି ଦିଏ , ପାଳନ କରେନି : ବିଜେଡି
ଭୁବନେଶ୍ୱର, 7 ମଇ (ହି.ସ.) -୨୦୨୪ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ବିଜେପି । ତେବେ ସେମାନେ ଯେଉଁ ପ୍ରତିଶୃତି ଦି
ବିଜେପି କେବଳ ପ୍ରତିଶୃତି ଦିଏ , ପାଳନ କରେନି : ବିଜେଡି


ଭୁବନେଶ୍ୱର, 7 ମଇ (ହି.ସ.) -୨୦୨୪ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ବିଜେପି । ତେବେ ସେମାନେ ଯେଉଁ ପ୍ରତିଶୃତି ଦିଅନ୍ତି, ପାଳନ କରନ୍ତି ନାହିଁ ବୋଲି ଅଭିଯୋଗ କରିଛି ବିଜେଡି ।

ବିଜେଡି ମୁଖ୍ୟପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋବାଇଲ ଓ ଡିଜିଟାଲ ପାଇଁ ପ୍ରତି ଗାଁରେ ନେଟୱାର୍କ ଓ ୫ ଜି କଥା କହିଥିଲେ ବିଜେପି । କିନ୍ତୁ ଗାଁକୁ ଗଲେ ପାହାଡ଼ ଓ ଗଛ ଉପରେ ଚଢି ଫୋନ ଲଗାଇବାକୁ ପଡୁଛି । ବ୍ୟାଙ୍କ ସବୁ ପଂଚାୟତରେ ପହଂଚାଇବାକୁ ଉଦ୍ୟମ କହିଥିଲେ ହେଲେ ଓଡ଼ିଶାରେ ସବୁ ଠାରୁ କମ ବ୍ୟାଙ୍କ ଅଛି । କେନ୍ଦୁପତ୍ର ଉପରେ ୧୮% ଜିଏସଟି ନେଉଛନ୍ତି କେନ୍ଦ୍ର ସରକାର । ଯିଏ ଅପରାଧୀ, ତାକୁ ବିଜେପି ନେଉଛି । ବିଜେପି ନେତାଙ୍କ ଉପରେ ଗାଡି ଚଢ଼ାଉଥିବା ନେତା ହିଁ ବିଜେପିର ପୋଷ୍ଟର ବଏ । ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକିଛନ୍ତି ହେଲେ ବିଜେପି ଟିକେଟ ଦେଲା । ହୋ ଭୂମିଜ ମୁଣ୍ଡାରୀ ମାନ୍ୟତା ଦେଉ ନାହାନ୍ତି । ୧୬୨ ସମ୍ପ୍ରଦାୟ ପାଇଁ ଆଦିବାସୀ ମାନ୍ୟତା ଦେଉ ନାହାନ୍ତି । ତାଳେଚର ସାର କାରଖାନା ପାଇଁ ବାହାନା ଦେଖାଇବେ । ରାଜ୍ୟର ଅନୁଦାନ କାଟି ଚାଲିଛନ୍ତି । ମନ୍ଦିର ରୂପାନ୍ତର ଆମ ସଂସ୍କୃତି ପରମ୍ପରା କଥା କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର କାମ ରୋକିବାକୁ ଲାଗିଲେ । ନିର୍ବାଚନ ଇସ୍ତାହାରରେ ଯାହା ବିଜେପି କହେ, ତାହା ମିଛ ଓ କଳ୍ପନା । ମିଶନ ଶକ୍ତି ମାଆଙ୍କ ଦୁବାଇ ଗସ୍ତକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅଟକାଇଛନ୍ତି । ମିଶନ ଶକ୍ତି ସଚିବଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି, ଯିଏ ମହିଳାଙ୍କୁ ସଶକ୍ତ କରୁଥିଲେ । ଆଗକୁ ମିଶନ ଶକ୍ତି ବନ୍ଦ କରି ଦେବ ବିଜେପି ।

ଲକ୍ଷ୍ମୀ, ସାମ୍ବାଦିକ ବୀମା ବିରୋଧରେ ଷଡଯନ୍ତ୍ର ସହ ମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ବିଜେପି ବିରୋଧ କରିଛି । ସେମାନେ ଭାବୁଛନ୍ତି ଶ୍ରୀମନ୍ଦିର ଓ ସମଲେଇ ଚାରି ପଟୁ ନିର୍ମାଣ କାର୍ଯ୍ୟ ଭାଙ୍ଗି ଦେବେ ଓ ସେଠି ହୋଟେଲ, ଲଜ ଓ ଜୋତା ଦୋକାନ କରିବେ । ବିଜେଡି ହଜାରେ ଟଙ୍କା ଭତା ଦେଉଥିବା ବେଳେ ଓଡିଶା ବିଜେପି ଚାହୁଁଛି କେବଳ ୩୦୦ ଟଙ୍କା ଦେବାକୁ ଚାହୁଁଛି । ବିପୁଳ ପୁଞ୍ଜି ନିବେଶ କହି ନିଜ ଟ୍ରେଜରି ଭରିବେ । ଓଡିଶାବାସୀ ପ୍ରତ୍ୟାଖ୍ୟାନ କରିବାରୁ ମଧ୍ୟ ପ୍ରଦେଶ ବିହାରରୁ ପ୍ରତିନିଧି ହେବେ । ଅପରାଜିତା ଷଡ଼ଙ୍ଗୀ ନିଜ ପାଇଁ ବିଭାଗ କରିଛନ୍ତି ଭାଷା ସଂସ୍କୃତି ଓ ସାହିତ୍ୟ କାରଣ ସେ ଭଲ ଡ୍ରାମା କରନ୍ତି । ଜୟ ନାରାୟଣ ମିଶ୍ର ନିଜ ପାଖରେ ଆଇନ ବିଭାଗ ରଖିବେ କାରଣ ସେ ସବୁଠାରୁ ବେଶୀ ଆଇନ ଭାଙ୍ଗି ପାରନ୍ତି । ସବୁ ଯୋଜନା ବନ୍ଦ କରି ୨୫ ବର୍ଷ ତଳ ଅନ୍ଧାରକୁ ଓଡିଶାକୁ ଠେଲି ଦେବା ବିଜେପିର ଉଦେଶ୍ୟ ବୋଲି କହିଛି ବିଜେଡି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande