ଓଡିଶାର ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ବର, 07 ମଇ - ଦେଶରେ ସପ୍ତମ ଓ ରାଜ୍ୟରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ଦିନ ବିଜ୍ଞପ
ଓଡିଶାର ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି


ଭୁବନେଶ୍ବର, 07 ମଇ - ଦେଶରେ ସପ୍ତମ ଓ ରାଜ୍ୟରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ୬ ଲୋକସଭା ଆସନରେ ନିର୍ବାଚନ ହେବା ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତର ନିର୍ବାଚନ କମିସନ୍। ଏହା ସହିତ ଏହି 6ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରର ମଧ୍ୟ ନିର୍ବାଚନ ହେବ । ଏହି ସାତଟି ଲୋକସଭା ତଥା 42ଟି ବିଧାନସଭାପ ସମସ୍ତ ବୁଥରେ ଜୁନ୍ ୧ ତାରିଖରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ।

ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ। ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ଆଗାମୀ ଜୁନ ପହିଲାରେ ନିର୍ବାଚନ ହେବ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande