ଭିସି ଜରିଆରେ କୋର୍ଟରେ ହାଜର ହେଲେ ଅରବିନ୍ଦ କେଜରିୱାଲ, ମେ 20ଯାଏ ବଢିଲା ନ୍ୟାୟିକ ହେପାଜତ
ନୂଆଦିଲ୍ଲୀ, 7 ମଇ (ହି.ସ.)- ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟର ସ୍ପେଶାଲ ଜଜ କାଭେରୀ ବାୱେଜା ଦିଲ୍ଲୀ ଅବକାରୀ ଘୋଟାଲା
ଭିସି ଜରିଆରେ କୋର୍ଟରେ ହାଜର ହେଲେ ଅରବିନ୍ଦ କେଜରିୱାଲ, ମେ 20ଯାଏ ବଢିଲା ନ୍ୟାୟିକ ହେପାଜତ


ନୂଆଦିଲ୍ଲୀ, 7 ମଇ (ହି.ସ.)- ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟର ସ୍ପେଶାଲ ଜଜ କାଭେରୀ ବାୱେଜା ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ ହେପାଜତକୁ ମେ 20 ଯାଏ ବୃଦ୍ଧି କରିଛନ୍ତି । ଆଜି କେଜରିୱାଲଙ୍କ ନ୍ୟାୟିକ ହେପାଜତ ଶେଷ ହେଉଥିଲା, ଯାହାପରେ ତାଙ୍କୁ ଭିସି ଜରିଆରେ ହାଜର କରାଯାଇଥିଲା । କୋର୍ଟ ଏପ୍ରିଲ 23ରେ କେଜରିୱାଲଙ୍କ ନ୍ୟାୟିକ ହେପାଜତ ଆଜି ଯାଏ ବୃଦ୍ଧି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande