ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି : ବିଜେପି
ଭୁବନେଶ୍ୱର, 7 ମଇ (ହି.ସ.) - ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଗୁର
ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି : ବିଜେପି


ଭୁବନେଶ୍ୱର, 7 ମଇ (ହି.ସ.) - ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସମ୍ବଲପୁର ପରି ସଂସ୍କୃତିସମ୍ପନ୍ନ ମାଟିରେ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଲୁଚାଇବା ଘଟଣା ସମ୍ବଲପୁରବାସୀଙ୍କ ପ୍ରତି ଅପମାନ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।

ସେ କହିଛନ୍ତି ଯେ ଆମେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କରିଲୁ । ଆମର ଇଲେକସନ୍ ଏଜେଣ୍ଟ ଆଇନଜୀବୀ ପ୍ରଦୀପ ବହିଦାର ଶ୍ରୀ ଦାସଙ୍କ ନାମାଙ୍କନ ପତ୍ରକୁ ବିଧିବଦ୍ଧ ଭାବେ ଅବଜେକସନ୍ କରିଥିଲେ । ଆମେ ମୁଖ୍ୟତଃ ୩ଟି ଗ୍ରାଉଣ୍ଡରେ ଶ୍ରୀ ଦାସ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ରିଟର୍ଣ୍ଣି ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲୁ । ଶିକ୍ଷାଗତ ଯୋଗ୍ୟତା ୨୦୦୯ରେ ଯୁକ୍ତ ଦୁଇ କଳା ପାସ ବୋଲି ସତ୍ୟପାଠରେ ଲେଖିଥିଲେ । ୨୦୨୪ରେ ସେ ନିଜକୁ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଦାବି କରିଛନ୍ତି । ଅର୍ଥାତ୍ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ ପାସ । ଦ୍ୱିତୀୟ ଅଭିଯୋଗ ଥିଲା, ଶ୍ରୀ ଦାସ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ତୃତୀୟ ଅଭିଯୋଗ ୨୦୧୯-୨୦ ଆର୍ଥକ ବର୍ଷ ପାଇଁ ସେ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି । ସେ ବିଧାୟକ ଭାବେ ଦରମା ଓ ଅନ୍ୟାନ୍ୟ ଭତା ପାଉଛନ୍ତି । ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା । ସେ ୪ ବର୍ଷର ଦର୍ଶାଇଛନ୍ତି । ଏହି ଆଧାରରେ ମାନ୍ୟବର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଅନେକ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ନିର୍ବାଚନକୁ ଖାରଜ କରିଛନ୍ତି । ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ କଟକର ପୂର୍ବତନ ବିଧାୟକଙ୍କ ନିର୍ବାଚନକୁ ଭୁଲ ସତ୍ୟପାଠ ପାଇଁ ଖାରଜ କରିଛନ୍ତି ।

ପରବର୍ତୀ ସମୟରେ ଏହାର ଉଚିତ ଜବାବ ସମ୍ବଲପୁରବାସୀ ଦେବେ । ଯଦିଓ ଏହାକୁ ରିଟର୍ଣ୍ଣି ଅଫିସର ସମ୍ପୂର୍ଣ୍ଣ ଏକତରଫା ଭାବେ ମିଥ୍ୟା ସତ୍ୟପାଠ ଗ୍ରହଣ କରିଛନ୍ତି । ପରବର୍ତୀ ଅବସ୍ଥାରେ ଏହାକୁ ଉପଯୁକ୍ତ ଫୋରମ୍ରେ ଅଦାଲତରେ ସେ ବାବଦରେ ଉପସ୍ଥାପନ କରାଯାଇପାରେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande