ବିଜେପିର ସଂକଳ୍ପ ପତ୍ରରେ ସବୁବର୍ଗଙ୍କ କଲ୍ୟାଣ ପାଇଁ ରହିଛି ସଂକଳ୍ପ-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 7 ମଇ (ହି.ସ.)- ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି -୨୦୨୪
ବିଜେପିର ସଂକଳ୍ପ ପତ୍ରରେ ସବୁବର୍ଗଙ୍କ କଲ୍ୟାଣ ପାଇଁ ରହିଛି ସଂକଳ୍ପ-ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 7 ମଇ (ହି.ସ.)- ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି -୨୦୨୪ ଏବଂ ଓଡ଼ିଆଙ୍କ ପାଇଁ ଦଳ ପକ୍ଷରୁ ଉନ୍ମୋଚିତ ହୋଇଥିବା ଓଡ଼ିଶା ସଂକଳ୍ପ ପତ୍ର ଉପରେ ସାମ୍ବାଦିକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ବିଜେପିର ସଂକଳ୍ପ ପତ୍ରରେ ସବୁ ବର୍ଗ ବିଶେଷତଃ ଗରିବ, କୃଷକ, ମହିଳା, ଯୁବବର୍ଗଙ୍କ କଲ୍ୟାଣ ସହ ସମ୍ବଲପୁରର ବୁଣାକାର ମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଭଳି ଅନେକ ସଂକଳ୍ପ କରାଯାଇଛି । ଓଡ଼ିଶାରେ ବିଜେପି ସରକାର ହେଲେ ସବୁ ଘୋଷଣାକୁ ପାଳନ କରାଯିବା ସହ ଦୁର୍ନୀତିକୁ ରୋକିବା ପାଇଁ ଜିରୋ ଟେଲେରାନ୍ସ ନୀତି ଅବଲମ୍ବନ କରାଯିବ ।

ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ, କଟନୀଛଟନୀ ବନ୍ଦ ହେବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ସହ ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଯୁବବର୍ଗଙ୍କୁ ରୋଜଗାର ଦିଆଯିବା ସହ ଦାଦନ ଯନ୍ତ୍ରଣାରୁ ମୁକ୍ତି ଦିଆଯିବ । ପିଏମ ସୂର୍ଯ୍ୟଘର ଯୋଜନାରେ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରାଯିବ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ।

ସମ୍ବଲପୁର ସମେତ ରାଜ୍ୟରେ ଉଚ୍ଚମାନର ଶିକ୍ଷା ପାଇଁ ସହରାଞ୍ଚଳ ସହ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ । କେନ୍ଦୁପତ୍ର ତୋଳାଳି ମାନଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । ସମ୍ବଲପୁର ବସ୍ତ୍ରର ଗୁଣବତ୍ତା ବଢାଇବା ପାଇଁ ପଦକ୍ଷେପ ନିଆଯିବା ସହ ବୁଣାକାରଙ୍କୁ ପ୍ରୋତ୍ସାହିତ କରାଯିବ । କୃଷି ପ୍ରାଧାନ୍ୟ ସମ୍ବଲପୁର ସହରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଖାଦ୍ୟ ପ୍ରକ୍ରିୟାକରଣର ଏକ ହବ୍ କରାଯିବ । ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ସହ ସବୁ ପ୍ରକାର ଯୁବ ପ୍ରତିଭାକୁ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ବଢିବା ପାଇଁ ଦକ୍ଷ କରାଯିବ । ଆଜି ଓଡ଼ିଶାରେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ୱୀକୃତି କମିଟି ବସୁନାହିଁ । ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ୱୀକୃତିର ପୁନଃ ରଚନା କରାଯିବ । ନିର୍ବିବାଦରେ ସରକାରୀ କାମକୁ ସମୀକ୍ଷା କରିବା ପାଇଁ ସୁଯୋଗ ଦିଆଯିବା ସହ ଅନ୍ୟ ରାଜ୍ୟ ଭଳି ପେନସନର ବ୍ୟବସ୍ଥା କରାଯିବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande