ଜମ୍ମୁ-କଶ୍ମୀରର କୁଲଗାମରେ ପୁଣି ଗୁଳି ବିନିମୟ
କୁଲଗାମ, 7 ମଇ (ହି.ସ.)- କୁଲଗାମ ଜିଲ୍ଲାରେ ବିଳମ୍ବିତ ରାତି ଯାଏ ଗୁଳି ବିନିମୟ ପରେ ମଙ୍ଗଳବାର ସକାଳେ ସୁରକ୍ଷାବଳ ଓ ଆ
ଜମ୍ମୁ-କଶ୍ମୀରର କୁଲଗାମରେ ପୁଣି ଗୁଳି ବିନିମୟ


କୁଲଗାମ, 7 ମଇ (ହି.ସ.)- କୁଲଗାମ ଜିଲ୍ଲାରେ ବିଳମ୍ବିତ ରାତି ଯାଏ ଗୁଳି ବିନିମୟ ପରେ ମଙ୍ଗଳବାର ସକାଳେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ପୁଣି ଥରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସୁରକ୍ଷାବଳଙ୍କ ଘେରରେ ତିନିରୁ ଚାରି ଜଣ ଆତଙ୍କବାଦୀ ଫସିରହିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି ଯେ, ରେଡୱାନୀ ଅଂଚଳରେ ବିଳମ୍ବିତ ରାତି ଯାଏ ଗୁଳି ବିନିମୟ ପରେ ପୁଣି ଥରେ ସକାଳେ ଗୁଳି ବିନିମୟ ଆରମ୍ଭ ହୋଇଛି । ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସ୍ୱତନ୍ତ୍ର ସୂଚନା ମିଳିବା ପରେ ସୋମବାର ସନ୍ଧ୍ୟାରେ ଅଂଚଳର ଘେରାବନ୍ଦୀ କରାଯାଇଥିଲା । ବିଳମ୍ବିତ ରାତିରେ ଅତିରିକ୍ତ ସୁରକ୍ଷାବଳ ଘଟଣାସ୍ଥଳକୁ ପଠାଯାଇଛି ଯାହା ଦ୍ୱାରା ଆତଙ୍କବାଦୀମାନେ ସେଠାରେ ଫେରାର ନହୋଇପାରିବେ ତାହାକୁ ସୁନିଶ୍ଚିତ କରାଯାଇପାରିବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande