ମତଦାନ କରିବା କୌଣସି ସାମାନ୍ୟ ଦାନ ନୁହେଁ, ଏହାର ମାହାତ୍ମ୍ୟ ରହିଛି-ପିଏମ ମୋଦି
ଅହମଦାବାଦ, 7 ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଅହମଦାବାଦର ରାଣୀପ ସ୍ଥିତ ନିଶାଲ ସ୍କୁ
ମତଦାନ କରିବା କୌଣସି ସାମାନ୍ୟ ଦାନ ନୁହେଁ, ଏହାର ମାହାତ୍ମ୍ୟ ରହିଛି-ପିଏମ ମୋଦି


ଅହମଦାବାଦ, 7 ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଅହମଦାବାଦର ରାଣୀପ ସ୍ଥିତ ନିଶାଲ ସ୍କୁଲରେ ମତଦାନ କରିବା ପରେ ମିଡିଆ ସହ ଆଲୋଚନାରେ ଗଣତନ୍ତ୍ରର ପର୍ବକୁ ଉତ୍ସବ ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି । ସେ ଗରମର ଦୌଡାଦୌଡି କରୁଥିବା ମିଡିଆ ସାଥୀଙ୍କୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ଦେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟାର ଶାନ୍ତିପୂର୍ଣ୍ଣ ହେବା , ନଗଣ୍ୟ ହିଂସା ଘଟଣା ଘଟିଥିବାକୁ ନେଇ ନିର୍ବାଚନ କମିଶନରଙ୍କ ସମେତ ସୁରକ୍ଷାବଳ ଓ ନିର୍ବାଚନ ପ୍ରକ୍ରିୟାରେ ଜଡିତ ଥିବା ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande