ଶିବସେନାର ପୂର୍ବତନ ସାଂସଦ ରାଜେନ୍ଦ୍ର ଗାବିତ ବିଜେପିର ସାମିଲ
ମୁମ୍ବାଇ, 7 ମଇ (ହି.ସ.)-ପାଲଘର ଲୋକସଭା ଅଂଚଳରେ ପୂର୍ବତନ ସାଂସଦ ରାଜେନ୍ଦ୍ର ଗାବିତ ମଙ୍ଗଳବାର ଭାରତୀୟ ଜନତା ପାର୍ଟି
ଶିବସେନାର ପୂର୍ବତନ ସାଂସଦ ରାଜେନ୍ଦ୍ର ଗାବିତ ବିଜେପିର ସାମିଲ


ମୁମ୍ବାଇ, 7 ମଇ (ହି.ସ.)-ପାଲଘର ଲୋକସଭା ଅଂଚଳରେ ପୂର୍ବତନ ସାଂସଦ ରାଜେନ୍ଦ୍ର ଗାବିତ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ବିଜେପିରେ ଗାବିତଙ୍କୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱନକୁଲେ ସ୍ୱାଗତ କରିଥିଲେ । ଏହି ଅବସରରେ ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ, ଗାବିତ ଗତ ନିର୍ବାଚନରେ ପାଲଘରରୁ ବିଜେପି ସାଂସଦ ଥିଲେ ।2019ରେ ଶିବସେନା ସହିତ ବିଜେପିର ମାଂଟ ଥିଲା ଏବଂ ସେହିସମୟରେ ଶିବସେନା ସହିତ ବୁଝାମଣା କାରଣରୁ ଗାବିତ ଶିବସେନାରେ ସାମିଲ ହୋଇଥିଲେ ଏବଂ ପାଲଘର ସିଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande