11ଟି ରାଜ୍ୟର 93 ସିଟ ଉପରେ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ
ନୂଆଦିଲ୍ଲୀ, 7 ମଇ (ହି.ସ.)- ଦେଶରେ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଆଜି ସକାଳ 7ଟା ବେଳେ 11ଟି ରାଜ୍ୟର 93
11ଟି ରାଜ୍ୟର 93 ସିଟ ଉପରେ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ


ନୂଆଦିଲ୍ଲୀ, 7 ମଇ (ହି.ସ.)- ଦେଶରେ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଆଜି ସକାଳ 7ଟା ବେଳେ 11ଟି ରାଜ୍ୟର 93ଟି ସିଟରେ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ପ୍ରାୟ 1331 ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ମତଦାନ ସନ୍ଧ୍ୟା 6ଟା ଯାଏ ଚାଲିବ । ତେବେ କିଛି ଲୋକସଭା ସିଟରେ ମତଦାନ ସନ୍ଧ୍ୟା 4ଟାରେ ଶେଷ ହୋଇଯିବ । ଆଜିର ରଣରେ 10 କେନ୍ଦ୍ରମନ୍ତ୍ରୀ ଓ 4ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ଦିଗ୍ଗଜଙ୍କ ପ୍ରତିଷ୍ଠା ବାଜିରେ ଲାଗିଛି ।

ଆଜି ଉତ୍ତର ପ୍ରଦେଶର 10ଟି, ଗୁଜରାଟର 25ଟି, କର୍ଣ୍ଣାଟକର 14, ମହାରାଷ୍ଟ୍ରର 11ଟି, ମଧ୍ୟପ୍ରଦେଶର 9ଟି, ଆସାମର 4ଟି, ବିହାରର 5ଟି, ଛତିଶଗଡର 7ଟି, ପଶ୍ଚିମବଙ୍ଗର 4ଟି, ଦାମନ ଡିଓ ଓ ଦାଦର ଏବଂ ନଗର ହାବେଳୀ 2ଟି ସିଟରେ ମତଦାନ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande