ବିକଶିତ ଭାରତ ପାଇଁ ଭୋଟ ଦେବାକୁ ଯୋଗୀ ଆଦିତ୍ୟନାଥଙ୍କ ଅପିଲ
ଲକ୍ଷ୍ନୌ, 7 ମଇ (ହି.ସ.)- ଉତ୍ତର ପ୍ରଦେଶର 10ଟି ଲୋକସଭା ସିଟରେ ତୃତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଏହାରି ଭି
ବିକଶିତ ଭାରତ ପାଇଁ ଭୋଟ ଦେବାକୁ ଯୋଗୀ ଆଦିତ୍ୟନାଥଙ୍କ ଅପିଲ


ଲକ୍ଷ୍ନୌ, 7 ମଇ (ହି.ସ.)- ଉତ୍ତର ପ୍ରଦେଶର 10ଟି ଲୋକସଭା ସିଟରେ ତୃତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି । ଏହାରି ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କୁ ଅପିଲ କରିଛନ୍ତି ଯେ, ବିକଶିତ ଭାରତର ସଂକଳ୍ପନାକୁ ପୂରଣ କରିବା ପାଇଁ ମତଦାନ ନିଶ୍ଚିତ କରନ୍ତୁ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଗଣତନ୍ତ୍ରର ମହାପର୍ବର ଆଜି ତୃତୀୟ ପର୍ଯ୍ୟାୟ ଅଟେ । ସମ୍ମାନିତ ଭୋଟରଙ୍କୁ ଅପିଲ ଯେ, ଉତ୍ତରାଧିକାର ଏବଂ ବିକାଶର ଅବଧାରଣାକୁ ନିରନ୍ତରତା ଦେବା ଏବଂ ବିକଶିତ ଭାରତକୁ ସଂକଳ୍ପନାକୁ ପୂରଣ କରିବା ପାଇଁ ମତଦାନ ନିଶ୍ଚିତ କରନ୍ତୁ । ଆପଣଙ୍କ ଗୋଟିଏ ଭୋଟ ଭାରତକୁ ଦୁନିଆର ମହାଶକ୍ତି ଭାବେ ସ୍ଥାପିତ କରିବାରେ ଯୋଗଦାନ ଦେଇପାରିବ । ମନେ ରଖନ୍ତୁ- ପ୍ରଥମେ ମତଦାନ, ପରେ ଜଳପାନ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande