ରାଜ୍ୟପାଳଙ୍କ ବିରୋଧରେ ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ - କୋଲକାତା ପୋଲିସ
କୋଲକାତା, ମଇ ୮ (ହିସ) - ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ରାଜ ଭବନର ଜଣେ ମହିଳା କର୍ମଚାରୀଙ୍କୁ ଦେଇଥିବା ନ
ରାଜ୍ୟପାଳଙ୍କ ବିରୋଧରେ ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ - କୋଲକାତା ପୋଲିସ


କୋଲକାତା, ମଇ ୮ (ହିସ) - ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ରାଜ ଭବନର ଜଣେ ମହିଳା କର୍ମଚାରୀଙ୍କୁ ଦେଇଥିବା ନିର୍ଯାତନା ଅଭିଯୋଗର ତଦନ୍ତ ସଂପର୍କରେ ମଙ୍ଗଳବାର ଦିନ ହେୟର ଷ୍ଟ୍ରିଟ ପୋଲିସ ଷ୍ଟେସନକୁ ପଚରାଉଚରା ପାଇଁ କୌଣସି କର୍ମଚାରୀ ଆସିନାହାଁନ୍ତି । କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ ଭବନ ତଦନ୍ତକାରୀ ଅଧିକାରୀଙ୍କୁ ଘଟଣାସ୍ଥଳରେ ସ୍ଥାପିତ ସିସିଟିଭି କ୍ୟାମେରାର ଭିଡିଓ ଯୋଗାଇ ଦେଇନାହାଁନ୍ତି ।

ପୋଲିସ କହିଛି, ବର୍ତମାନ ଯାଂଚରେ କୌଣସି ଅଗ୍ରଗତି ହୋଇନାହିଁ । ରାଜ ଭବନରୁ କେହି ପଚରାଉଚରା ପାଇଁ ଉପସ୍ଥିତ ହୋଇନାହାନ୍ତି ।

ରବିବାର ରାଜ୍ୟପାଳ ରାଜ ଭବନର ସମସ୍ତ କର୍ମଚାରୀଙ୍କୁ ମହିଳାଙ୍କ ଅଭିଯୋଗ ସମ୍ପର୍କରେ କୋଲକାତା ପୋଲିସ ପଠାଇଥିବା ନୋଟିସକୁ ଅଣଦେଖା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ ଗଗନ/ସମନ୍ୱୟ


 rajesh pande