ରାସ୍ତା ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ।
ଖୋର୍ଦ୍ଧା, ୮ମେ (ହିସ)୧୬ନଂ ଜାତୀୟ ରାଜପଥ ବାଲୁଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଆରୋହୀଙ୍କ
ଦୁର୍ଘଟଣା


ଖୋର୍ଦ୍ଧା, ୮ମେ (ହିସ)୧୬ନଂ ଜାତୀୟ ରାଜପଥ ବାଲୁଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ରାଉତରାପଲ୍ଲୀ ଗ୍ରାମର ଉପେନ୍ଦ୍ର ଶତୃଶଲ୍ୟ (୬୨) ।ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ମା ନାରାୟଣୀ ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଉତ୍ତରାୟଣୀ ମନ୍ଦିର ନିକଟରେ ଧକ୍କା ହୋଇଥିଲା। ଫଳରେ ବାଇକଟି ବସ ସମ୍ମୁଖରେ ପଶି ଯିବାରୁ ବାଇକ ଚାଳକ ଆହତ ହୋଇଥିଲେ। ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲକୁ ନେଲାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ରାଉତରାପଲ୍ଲୀ ଗ୍ରାମର ଉପେନ୍ଦ୍ର ଶତୃଶଲ୍ୟ (୬୨) ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରୁ ବାଲୁଗାଁ ପୋଲିସ ଉଭୟ ଗାଡି ଜବତ କରି ତଦନ୍ତ ଜାରି ରଖିଛି। ହିନ୍ଦୁସ୍ଥାନ ସମାଚାର ରାକେଶ/ବନ୍ଦନା


 rajesh pande