ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ, 8 ମଇ (ହି.ସ.)- ଦେଶରେ ପୁଣି ଥରେ ଥରିଛି ଭୂପୃଷ୍ଠ । ଅରୁଣାଚଳ ପ୍ରଦେଶରେ ଆଜି ଭୂକମ୍ପ ଝଟ୍କା ଅନୁଭୂତ ହୋ
ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ


ନୂଆଦିଲ୍ଲୀ, 8 ମଇ (ହି.ସ.)- ଦେଶରେ ପୁଣି ଥରେ ଥରିଛି ଭୂପୃଷ୍ଠ । ଅରୁଣାଚଳ ପ୍ରଦେଶରେ ଆଜି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଭୋର 4.55 ମିନିଟ ସମୟରେ ଲୋଅର ସୁବନସିରିରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.1 ରହିଛି ।

ଭୂକମ୍ପ ଝଟ୍କା କାରଣରୁ ଲୋକଙ୍କ ନିଦ ଭାଙ୍ଗିଯାଇଥିଲା ଏବଂ ସମସ୍ତେ ଘରୁ ବାହାରିଯାଇଥିଲେ । ପ୍ରାରମ୍ଭିକ ସୂଚନା ଅନୁସାରେ, ଏବେ ସୁଦ୍ଧା କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande