ସାଲେପାଲି ବ୍ରାହ୍ମଣ ପଡା ରେ କଳିକେଶ ଙ୍କ ନିର୍ବାଚନ ପ୍ରଚାର: ଘର ଭାଙ୍ଗୁ ନେତା ଙ୍କୁ ଭୋଟ ନେବାକୁ ମହିଳା ଙ୍କ ଆହ୍ଵାନ
ବଲାଙ୍ଗିର 8 ମଇ ( ହିଁ ସ)ବଲାଙ୍ଗୀର ରେ ନିର୍ବାଚନୀପ୍ରଚାର ଯୋରଧରୁଛି । ଶାସକ ବିଜେଡିଦଳ ପକ୍ଷରୁ ମାଇକ୍ରୋ ଲେବେଲକୁ ଯା
ସାଲେପାଲି ବ୍ରାହ୍ମଣ ପଡା ରେ କଳିକେଶ ଙ୍କ ନିର୍ବାଚନ ପ୍ରଚାର: ଘର ଭାଙ୍ଗୁ ନେତା ଙ୍କୁ ଭୋଟ ନେବାକୁ ମହିଳା ଙ୍କ ଆହ୍ଵାନ


ସାଲେପାଲି ବ୍ରାହ୍ମଣ ପଡା ରେ କଳିକେଶ ଙ୍କ ନିର୍ବାଚନ ପ୍ରଚାର: ଘର ଭାଙ୍ଗୁ ନେତା ଙ୍କୁ ଭୋଟ ନେବାକୁ ମହିଳା ଙ୍କ ଆହ୍ଵାନ


ସାଲେପାଲି ବ୍ରାହ୍ମଣ ପଡା ରେ କଳିକେଶ ଙ୍କ ନିର୍ବାଚନ ପ୍ରଚାର: ଘର ଭାଙ୍ଗୁ ନେତା ଙ୍କୁ ଭୋଟ ନେବାକୁ ମହିଳା ଙ୍କ ଆହ୍ଵାନ


ବଲାଙ୍ଗିର 8 ମଇ ( ହିଁ ସ)ବଲାଙ୍ଗୀର ରେ ନିର୍ବାଚନୀପ୍ରଚାର ଯୋରଧରୁଛି । ଶାସକ ବିଜେଡିଦଳ ପକ୍ଷରୁ ମାଇକ୍ରୋ ଲେବେଲକୁ ଯାଇ ପ୍ରଚାରକାମ ଚାଲିଛି । ଗତ କିଛିଦିନ ହେଲା ବଲାଙ୍ଗୀର ସହରର ୱାର୍ଡୱାରୀ ପ୍ରଚାର ଚାଲିଛି ।

ପ୍ରତିଦନ ସଂଧ୍ୟାରେ ସହରର କୌଣସି ନା କୌଣସି ପଡାରେ ବଡବଡ ସଭା କରାଯାଇ ପ୍ରଚାରକୁ ଆହୁରି ଯୋର କରାଯାଉଛି । ତେବେ ମଙ୍ଗଳବାର ଦିନ ସଂଧ୍ୟାରେ ବଲାଙ୍ଗୀର ସହରର ୱାର୍ଡନମ୍ବର ୧୮ର ସାଲେପାଲି ଓ ୱାର୍ଡନମ୍ବର ୮ର ବ୍ରାହ୍ମଣପଡାଠାରେ ଦୁଇଟି ବଡ ସମାବେଶ କରାଯାଇଥିଲା ।ଏଥିରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ, ସାଂସଦ ପ୍ରାର୍ଥି ସୁରେନ୍ଦ୍ର କୁମାର ସିଂଭୋଇ ଯୋଗଦେଇ ବିଜେଡି ସପକ୍ଷରେ ଭୋଟ ଭିକ୍ଷା କରିଥିଲା । ତେବେ ଏହି ସବୁ ବୈଠକରେ ସବୁଠୁ ବଡକଥା ଥିଲା

ଘରଭାଙ୍ଗୁ ନେତାଙ୍କୁ ଭୋଟ ନଦେବାକୁ ମହିଳାମାନେ ଆହ୍ୱାନ ଦେଇଥିଲେ । ସାଲେପାଲିରେ ପୌରାଧ୍ୟକ୍ଷା ଲିକା ସାହୁ ବିରୋଧିଦଳର ବିଧାୟକଙ୍କୁ ଟାର୍ଗେଟ କରିଥିବା ବେଳେ ବ୍ରାହ୍ମଣପଡାରେ ପୂର୍ବତନ କାଉନସିଲର ମମତା ଜେନା ଓ ବର୍ତ୍ତମାନର କାଉନସିଲର ନନ୍ଦିନୀ ପୋଢ ଟାର୍ଗେଟ କରି ବଲାଙ୍ଗୀରରେ ଗରୀବ ଲୋକଙ୍କ ଘର ଭଙ୍ଗାଇଥିବା ବିଧାୟକ ତଥା ତାଙ୍କ ଦଳକୁ ଭୋଟବେଳେ ଉଚିତ ଶିକ୍ଷାଦେବାକୁ ଉପସ୍ଥିତ ମହିଳାଙ୍କୁ ଆହ୍ୱାନ କରିଥିଲେ । ଗତ କରୋନା ସମୟରେ ବଲାଙ୍ଗୀରରେ ନିର୍ବାଚିତ କାଉନସିଲ ନଥିବା ସମୟରେ ବଲାଙ୍ଗୀରର ଜନବିରୋଧି ବିଧାୟକ ପ୍ରଶାସନକୁ ଚାପ ପକାଇ ବିକାଶ ନାଁରେ ଗରୀବଙ୍କ ଘରଭଙ୍ଗାଇ ବିନାଶ କରାଇଥିଲେ । ସେତେବେଳେ ଗରୀବ ଲୋକମାନେ ବିଧାୟକଙ୍କ ଘରକୁ ଗୁହାରୀ ପାଇଁ ଯାଇଥିଲେ ହେଁ ସେମାନେ ସରକାରୀ ଜମିରେ କାହିଁକି ଘର କରୁଥିଲେ ବୋଲି ଓଲଟା ପ୍ରଶ୍ନ ପଚାରି ଘରୁ ନୀରାଶ କରି ଫେରାଇ ଦେଇଥିଲେ ବୋଲି ପୂର୍ବତନ କାଉନସିଲର ମମତା ଜେନା କହିଥିଲେ । ତେବେ ସେହି ସମୟରେ ଗରୀବଙ୍କ ସାଙ୍ଗରେ କଳିକେଶ ନାରାୟଣ ସିଂଦେଓ ଛିଡା ହୋଇଥିଲେ ଓ ଗରୀବଙ୍କୁ ଜମିଦେଇ ଥଇଥାନ କରାଇଥିଲେ । ତେଣୁ ଏଭଳି ଘରଭାଙ୍ଗୁ ନେତାଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ମମତା ଜେନା ଆହ୍ୱାନ ଦେଇଥିଲେ । ବ୍ରାହ୍ମଣପଡା କାର୍ଯ୍ୟକ୍ରମରେ ବିଜେଡି ନଗରସଭାପତି ଶମ୍ଭୁଭୂଷଣ ନାଗ ସଭାପତିତ୍ୱ ଓ ସଂଯୋଜନା କରିଥିବା ବେଳେ ୱାର୍ଡନମ୍ବର ୮ର ବରିଷ୍ଠନାଗରିକ ଉପେନ୍ଦ୍ର କୁମାର

ସିଂଦେଓ, ଯୁବନେତା ବିଧୁଭୂଷଣ ତ୍ରୀପାଠୀ, ପୌରାଧ୍ୟକ୍ଷା ଲିକା ସାହୁ ଓ ପୂର୍ବତନ ପୌରଉପାଧ୍ୟକ୍ଷା ଲିପିଶ୍ରୀ ସାଏ ମଞ୍ଚାସୀନ ହୋଇ ବିଜେଡି ସପକ୍ଷରେ ଭୋଟ ମାଗିଥିଲେ । ସେହିପରି ସାଲେପାଲି ମିଟିଂରେ ସୁରେନ୍ଦ୍ର ସିଂଭୋଇ, କଳିକେଶ ନାରାୟଣ ସିଂଦେଓ, କଳିକେଶଙ୍କ ପତ୍ନୀ ମେଘନାରାଣା ସିଂଦେଓ, କାଉନସିଲର ଗଙ୍ଗାଧର ଚାନ୍ଦ, ସନ୍ତୋଷ ସାହୁଙ୍କ ସମେତ ୩ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ମହିଳା/ପୁରୁଷ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନୀ ସମାଚାର/ ଗୋପବନ୍ଧୁ

/ସମନ୍ୱୟ


 rajesh pande