ଆଜି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରଚାର କରିବେ ପିଏମ ମୋଦି
ନୂଆଦିଲ୍ଲୀ, 8 ମଇ (ହି.ସ.)-ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନା ଓ ଆନ୍ଧ୍ରପ
ଆଜି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରଚାର କରିବେ ପିଏମ ମୋଦି


ନୂଆଦିଲ୍ଲୀ, 8 ମଇ (ହି.ସ.)-ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଆଜି ସକାଳେ ତେଲେଙ୍ଗାନାର କରିମନଗରର ରାଜରାଜେଶ୍ୱର ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ କରିମନଗରରେ ଜନସଭାକୁ ସମ୍ବୋଧିତ କରିବେ । ଦ୍ୱିପ୍ରହର ସମୟରେ ବାରଂଗଲରେ ପହଂଚିବେ । ଏଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ଆନ୍ଧ୍ରପ୍ରଦେଶର ରାଜମପେଟରେ ଜନସଭାକୁ ସମ୍ବୋଧିତ କରିବେ । ସନ୍ଧ୍ୟାରେ ବିଜୟୱାଡାରେ ରୋଡ ସୋରେ ଭାଗ ନେବେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande