ସୁରନକୋଟରେ ତଲାସୀ ଅଭିଯାନର ପଂଚମ ଦିନ
ପୁଂଛ, 8 ମଇ (ହି.ସ.)- ଭାରତୀୟ ବାୟୁସେନାର କାଫିଲା ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁଂଛର ସୁରନକ
ସୁରନକୋଟରେ ତଲାସୀ ଅଭିଯାନର ପଂଚମ ଦିନ


ପୁଂଛ, 8 ମଇ (ହି.ସ.)- ଭାରତୀୟ ବାୟୁସେନାର କାଫିଲା ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁଂଛର ସୁରନକୋଟରେ ଘେରାବନ୍ଦୀ ଓ ତଲାସୀ ଅଭିଯାନ ବୁଧବାର ପଂଚମ ଦିନରେ ବି ଜାରି ରହିଛି । ଏହି ଆକ୍ରମଣରେ ଜଣେ କପର୍ସ ରାଙ୍କର ଯବାନ ସହିଦ ହୋଇଛନ୍ତି ।

ଅଧିକାରୀଙ୍କ ସୂଚନା ମୁତାବକ ସେନା, ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ସହିତ ଅନ୍ୟ ସୁରକ୍ଷାବଳ ସୁରନକୋଟ ବେଲ୍ଟରେ ପ୍ରାୟ 20 ବର୍ଗ କିଲୋମିଟର ଅଂଚଳରେ ତଲାସୀ ଅଭିଯାନକୁ ଆହୁରି ଦ୍ରୁତ କରିଛନ୍ତି ଏବଂ ପାଂଚ କିଲୋମିଟରରୁ ଅଧିକ ଅଂଚଳର ତଲାସୀ ନିଆଯାଉଛି । ଡ୍ରୋନ ଓ ତଲାସୀ କୁକୁରଙ୍କ ସହାୟତାରେ ପୁଂଛ ଜିଲ୍ଲାର ସୁରନକୋଟ ବେଲ୍ଟ ଓ ଆଖପାଖ ଅଂଚଳରେ ତଲାସୀ ଅଭିଯାନ ଚାଲିଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande