ବିଜେଡି ପାଇଁ କେତେ ସୁରକ୍ଷିତ କଣ୍ଟାମାଳ ଆସନ, ବିଜେଡି ହେଟ୍ରିକର ବାଟ ଓଗାଳୁଛନ୍ତି ବିଜେପି, କଂଗ୍ରେସ
ବୌଦ୍ଧ , ୯ ମଇ (ହି.ସ.) - ବିଜେଡି ପାଇଁ କେତେ ସୁରକ୍ଷିତ ବୌଦ୍ଧ ଜିଲାର କଣ୍ଟାମାଳ ବିଧାନସଭା ଆସନ । ବିଜେଡି ହେଟ୍ରିକ
ବିଜେଡି ପାଇଁ କେତେ ସୁରକ୍ଷିତ କଣ୍ଟାମାଳ ଆସନ, ବିଜେଡି ହେଟ୍ରିକ ର ବାଟ ଓଗାଳୁଛନ୍ତି ବିଜେପି, କଂଗ୍ରେସ


ବୌଦ୍ଧ , ୯ ମଇ (ହି.ସ.) - ବିଜେଡି ପାଇଁ କେତେ ସୁରକ୍ଷିତ ବୌଦ୍ଧ ଜିଲାର କଣ୍ଟାମାଳ ବିଧାନସଭା ଆସନ । ବିଜେଡି ହେଟ୍ରିକ ର ଆଶା କରିଥିବା ବେଳେ ବାଟ ଓଗାଳୁଛନ୍ତି ବିଜେପି, କଂଗ୍ରେସ ପ୍ରାର୍ଥୀ ।ବିଜେଡି ପାଇଁ ଅସୁରକ୍ଷିତ ସାଜିଛି କି ? କଣ୍ଟାମାଳ ଆସନ । କଣ୍ଟାମାଳ ଆସନକୁ ନେଇ ଏବେ ବିଜେଡି ର ରାଜ୍ୟ ନେତୃତ୍ୱ ଠାରୁ ମହୀଧର ପର୍ଯ୍ୟନ୍ତ , ସମସ୍ତେ ଚିନ୍ତାରେ । କଂଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ର ଶକ୍ତି ବୃଦ୍ଧି , ବିଜେଡି ର ମୁଣ୍ଡବଥା କୁ ବଢ଼ାଇ ଦେଇଛି । ଆସନ୍ତା ୨୦ ତାରିଖରେ କଂଟାମାଳ ରେ ନିର୍ବାଚନ ଅନୁଷ୍ଠିତ ହେବ । କଣ୍ଟାମାଳ ରେ ୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓଲ୍ହାଇଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ, ସମେତ ମାନସ ଲୋକ ଶକ୍ତି ଦଳ ଓ ଦୁଇ ଜଣ ସ୍ୱାଧିନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିଜେଡି ପ୍ରାର୍ଥୀ ଭାବରେ ମହିଧର ରଣା, ବିଜେପି ପ୍ରାର୍ଥୀ ଭାବରେ କହ୍ନାଇ ଚରଣ ଡାଙ୍ଗ, କଂଗ୍ରେସ ପ୍ରାର୍ଥୀ ଭାବରେ ସରୋଜ ପ୍ରଧାନ, ମାନସ ଲୋକ ଶକ୍ତି ଦଳ ପ୍ରାର୍ଥୀରୁ କୁଂଜବିହାରୀ ସିଂ, ସ୍ୱାଧିନ ପ୍ରାର୍ଥୀ ଭାବେ ସୁଧାଂଶୁ ଡାଙ୍ଗ ଓ ସତ୍ୟବ୍ରତ ସାହୁ ନିର୍ବାଚନ ମଇଦାନରେ ରହିଛନ୍ତି । ବିଜେଡି ଓ ବିଜେପି ମଧ୍ୟରେ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ଅନ୍ୟପକ୍ଷରେ କଂଗ୍ରେସ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ର ସମ୍ଭାବନା ରହିଛି । ଗତ ନିର୍ବାଚନରେ ମହିଧର ରଣା ମାତ୍ର ୩୬୫୦ ଅଧିକ ଭୋଟରେ ବିଜୟ ଲାଭ କରିଥିଲେ । ଗତ ନିର୍ବାଚନରେ ମହିଧର ରଣା ପ୍ରାୟ ୪୩ ହଜାର ଭୋଟ ପାଇଥିବା ବେଳେ ବିଜେପି ର କହ୍ନାଇ ଚରଣ ଡାଙ୍ଗ ପ୍ରାୟ ୩୯ ହଜାର ଭୋଟ ପାଇଥିଲେ । ଗତ ନିର୍ବାଚନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶେଷ କୁମାର ମେହେର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାୟ ୨୮ ହଜାର, କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସାହୁ ପ୍ରାୟ ୧୩ ହଜାର ଭୋଟ ପାଇଥିଲେ କ୍ଷ ବର୍ତମାନ ସମୟରେ ଶେଷ କୁମାର ମେହେର ଓ କହ୍ନାଇ ଚରଣ ଡାଙ୍ଗ ମିଶି ଯାଇଥିବା ବେଳେ ବୌଦ୍ଧ ବ୍ଲକ ଅଧକ୍ଷ ବବି ରଥ ଙ୍କ ସାଙ୍ଗରେ ଆସିବା ବିଜେଡି ଗଡ କୁ ଦୋହଲାଇବାରେ କେତେ ଦୂର ସମର୍ଥ ହେବେ ତାହା ଜୁନ ୪ ତାରିଖରେ ଜଣା ପଡିବ । ମହିଧର ରଣା ବିଜେଡି ର ବିଦ୍ରୋହୀ ଓ ବିଜେପି ର ତୃଣମୂଳ କର୍ମୀ ମାନଙ୍କୁ ନିଜ ଆଡକୁ ଟାଣିବାରେ ଲାଗିଛନ୍ତି । କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ନିଜର ଲୋକସମ୍ପର୍କ , କଂଗ୍ରେସର ପାରମ୍ପରିକ ଭୋଟ ସହ ଦଳର ସମସ୍ତ ନେତା ଓ କର୍ମୀଙ୍କ ସହଯୋଗ ଭଲ ସ୍ଥିତି ଆଡକୁ ଗତି କରୁଥିବା ଆଲୋଚନା ହେଉଛି । କିଏ କେତେ ସମର୍ଥ ହୋଇ ଭୋଟରଙ୍କ ସମର୍ଥନ ହାସଲ କରିଛନ୍ତି ତାହା ଇଭିଏମ ଖୋଲିଲେ ଜଣା ପଡିବ ।

ହିନ୍ଦୁସ୍ଥାନ ସମାଚାର / ସଂପତ

,......../ବନ୍ଦନା


 rajesh pande