ଫ୍ଲେକ୍ସ ପ୍ରିଂଟ ମିଡିଆ ହାଉସ ଉପରେ ଆଇଟି ରେଡ୍
ଭୁବନେଶ୍ୱର, 9 ମଇ (ହି.ସ.) - ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍ ହୋଇଛି । ଭୁବନେଶ୍ୱର ଲେନ୍ ବୁଦ୍ଧେଶ୍ୱରୀ କଲୋନୀରେ ଥିବ
ଫ୍ଲେକ୍ସ ପ୍ରିଂଟ ମିଡିଆ ହାଉସ ଉପରେ ଆଇଟି ରେଡ୍


ଭୁବନେଶ୍ୱର, 9 ମଇ (ହି.ସ.) - ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍ ହୋଇଛି । ଭୁବନେଶ୍ୱର ଲେନ୍ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଂଟ ମିଡିଆ ହାଉସ ଉପରେ ଗୁରୁବାର ଦିନ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ଚାଲିଥିବା ବେଳେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ରହିଛି । ଏହି ଟଙ୍କା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବୋଲି ଜଣାଯାଇଛି । ଏହି ଫ୍ଲେକ୍ସ ପ୍ରିଂଟ ମିଡିଆ ହାଉସରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୋଷ୍ଟର ଓ ବ୍ୟାନର ଛପା ଯାଉଥିଲା ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande