କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ
- ଭୁବନେଶ୍ୱରରେ କରିବେ ରୋଡ୍ ସୋ , ମାଷ୍ଟରକ୍ୟାଂଟିନଠାରୁ ବାଣୀବିହାର ଯାଏଁ ରାସ୍ତା ସିଲ୍ ରହିବ ଭୁବନେଶ୍ୱର, 9 ମଇ (ହ
କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ


- ଭୁବନେଶ୍ୱରରେ କରିବେ ରୋଡ୍ ସୋ , ମାଷ୍ଟରକ୍ୟାଂଟିନଠାରୁ ବାଣୀବିହାର ଯାଏଁ ରାସ୍ତା ସିଲ୍ ରହିବ

ଭୁବନେଶ୍ୱର, 9 ମଇ (ହି.ସ.) - ଆସନ୍ତାକାଲି (ଶୁକ୍ରବାର) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ରୋଡ ସୋ ସମୟରେ ଯାନବାହନ ଚଳାଚଳ ବନ୍ଦ ରହିବ । ମାଷ୍ଟରକ୍ୟାଂଟିନଠାରୁ ବାଣୀବିହାର ଯାଏଁ ରାସ୍ତା ସିଲ୍ ରହିବ । ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା କରିପାରିବ ନାହିଁ । ଏହାସହ ମାଷ୍ଟରକ୍ୟାଂଟିନରୁ ବାଣୀବିହାରକୁ ସଂଯୋଗ କରୁଥିବା ଗଳି ରାସ୍ତା ମଧ୍ୟ ବନ୍ଦ ରହିବ । ସେହିପରି ବାଣୀବିହାରରୁ ମାଷ୍ଟରକ୍ୟାଂଟିନକୁ ସଂଯୋଗ କରୁଥିବା ଗଳି ରାସ୍ତା ମଧ୍ୟ ବନ୍ଦ ରହିବ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଂଚିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ସେମାନେ ଆଜି ସୁରକ୍ଷା ସ୍ଥିତିର ଯାଂଚ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ମୋଦୀ ରାତିରେ ରାଜଭବନରେ ରାତ୍ରିଯାପନ କରିବେ । ଏହା ପରଦିନ ଅର୍ଥାନ୍ ଶନିବାର ମୋଦୀ ତିନିଟି ଜନସଭାରେ ସାମିଲ ହେବେ । ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ୍ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ । ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦ୍ୱୋଧନ ଦେବେ । ଦିନ ଗୋଟାଏରେ ବରଗଡ଼ ଟୋଲ ଗେଟ୍ ପଡ଼ିଆରେ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande