ଏୟାର ଇଣ୍ଡିଆ ଏକ୍ସପ୍ରେସର 74 ଉଡାଣ ରଦ୍ଦ, 30 କର୍ମଚାରୀଙ୍କୁ ବିଦା
ନୂଆଦିଲ୍ଲୀ, 9 ମଇ (ହି.ସ.)- ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କେବିନ କ୍ରୁ ଅଭାବ କାରଣରୁ ଗୁରୁବାର
ଏୟାର ଇଣ୍ଡିଆ ଏକ୍ସପ୍ରେସର 74 ଉଡାଣ ରଦ୍ଦ, 30 କର୍ମଚାରୀଙ୍କୁ ବିଦା


ନୂଆଦିଲ୍ଲୀ, 9 ମଇ (ହି.ସ.)- ଟାଟା ଗ୍ରୁପ ଅଧୀନରେ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କେବିନ କ୍ରୁ ଅଭାବ କାରଣରୁ ଗୁରୁବାର 74 ଉଡାଣ ରଦ୍ଦ କରିଦେଇଛି । ଏୟାରଲାଇନର ହଠାତ୍ ଛୁଟିରେ ଯାଇଥିବା 2ଶହରୁ ଅଧିକ କେବିନ କ୍ରୁ-ମେମ୍ବର୍ସରୁ 30ଜଣଙ୍କୁ ବିଦା କରିଦିଆଯାଇଛି । ଏହାସହିତ ଅନ୍ୟ କର୍ମଚାରୀଙ୍କୁ ଆଜି ସନ୍ଧ୍ୟା 4ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରାଯାଇଛି । ଏଭଳି ନକଲେ ସମସ୍ତଙ୍କୁ ବାହାର କରିବାକୁ ଅଲ୍ଟିମେଟମ ଦିଆଯାଇଛି । ଔପଚାରିକ ସୂତ୍ର ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନର 30 ବରିଷ୍ଠ କେବିନ କ୍ରୁ ସଦସ୍ୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande