ଗୁରୁ ଅଙ୍ଗଦ ଦେବ ଓ ମହାରାଣା ପ୍ରତାପଙ୍କ ସ୍ମରଣ କଲେ କେନ୍ଦ୍ରମନ୍ତ୍ରୀ ଶାହ
ନୂଆଦିଲ୍ଲୀ, 9 ମଇ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶିଖର ଦ୍ୱିତୀୟ ଗୁରୁ ଅଙ୍ଗଦ ଦେବଙ୍କୁ ପ୍ରକାଶ ପର୍ବ
ଗୁରୁ ଅଙ୍ଗଦ ଦେବ ଓ ମହାରାଣା ପ୍ରତାପଙ୍କ ସ୍ମରଣ କଲେ କେନ୍ଦ୍ରମନ୍ତ୍ରୀ ଶାହ


ନୂଆଦିଲ୍ଲୀ, 9 ମଇ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶିଖର ଦ୍ୱିତୀୟ ଗୁରୁ ଅଙ୍ଗଦ ଦେବଙ୍କୁ ପ୍ରକାଶ ପର୍ବ ଓ ମେୱାଡର ପରାକ୍ରମୀ ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି । ସୋସିଆଲ ହ୍ୟାଣ୍ଡେଲରେ ସେ କହିଛନ୍ତି ଯେ, ଶିଖ୍ ଧର୍ମର ଦ୍ୱିତୀୟ ଗୁରୁ ଶ୍ରୀ ଗୁରୁ ଅଙ୍ଗଦ ଦେବଙ୍କ ପ୍ରକାଶ ପର୍ବ ଅବସରରେ ତାଙ୍କର ବନ୍ଦନା କରୁଛି ।

ଶାହ କହିଛନ୍ତି ଯେ, ଗୁରୁ ଅଙ୍ଗଦ ଦେବ ଶିଖ୍ ଧର୍ମର ସେବାଭାବକୁ ଆହୁରି ଆଗକୁ ବଢାଇଥିଲେ ଏବଂ ଗୁରୁବାଣୀକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଗୁରୁମୁଖୀ ଲିପିର ବିକାଶ କରିଥିଲେ । ଆଜୀବନ ଶିକ୍ଷା, ସୌହାର୍ଦ୍ଦ୍ୟ, ଶାନ୍ତି ତଥା ସତ୍କାର ପାଇଁ ସମର୍ପିତ ତାଙ୍କ ଜୀବନ ମାନବ କଲ୍ୟାଣ ପଥରେ ସମସ୍ତଙ୍କୁ ପ୍ରେରଣା ଦେଉଥିବ ।

କେନ୍ଦ୍ରମନ୍ତ୍ରୀ ଶାହ ଏକ୍ସ ହ୍ୟାଣ୍ଡେଲରେ ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସ୍ମରଣ କରିଛନ୍ତି । ସେ କହିଛନ୍ତି ଯେ, ଭାରତ ମାତାର ବୀର ସୁପୁତ୍ର ମହାରାଣା ପ୍ରତାପଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ । ଶୌର୍ଯ୍ୟ, ପରାକ୍ରମ ଓ ଅଦମ୍ୟ ସାହସର ପ୍ରତିମୂର୍ତ୍ତି ମହାରାଣା ପ୍ରତାପ ମାତୃଭୂମି ପାଇଁ ତ୍ୟାଗର ଉଚ୍ଚ ମାନଦଣ୍ଡ ସ୍ଥାପିତ କରିଛନ୍ତି । ନିଜର ଅଦ୍ଭୁତ ରଣକୌଶଳରେ ମୋଗଲ ଆକ୍ରମଣକାରୀଙ୍କୁ ଆଣ୍ଠେଇ ଦେଇଥିବା ମହାରାଣାଙ୍କ ନାମରେ ହିଁ ଶତ୍ରୁ ଥରୁଥିଲେ । ସଂସ୍କୃତି, ସ୍ୱଧର୍ମ ଓ ସ୍ୱାଭିମାନର ଏଭଳି ମହାନାୟକଙ୍କ ଜୀବନରୁ ଦେଶ ଯୁଗ ଯୁଗ ଯାଏ ପ୍ରେରଣା ପାଇବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande