ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଦସ୍ୟଙ୍କୁ ଭେଟିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର, 9 ମଇ (ହି.ସ.)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍
ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଦସ୍ୟଙ୍କୁ ଭେଟିଲେ ଧର୍ମେନ୍ଦ୍ର


ଭୁବନେଶ୍ୱର, 9 ମଇ (ହି.ସ.)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି । ଏ ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିବାରର ସଦସ୍ୟ ମାନଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା । ସମାଜର ବସ୍ତୁବାଦୀ ସଭ୍ୟତାରେ ମଣିଷକୁ ଜୀବନର ମୂଳ ଉଦ୍ଦେଶ୍ୟ ବୁଝାଇବା ଏବଂ ଇଶ୍ୱରଙ୍କ ନିକଟରେ ସମର୍ପିତ ହେବା ପାଇଁ ଆଧ୍ୟାତ୍ମିକ ଚେତନାକୁ ପରିପ୍ରକାଶ କରିବାରେ ପ୍ରଜାପିତା ବ୍ରହ୍ମାକୁମାରୀ ପରିବାରର କାର୍ଯ୍ୟ ପ୍ରଶଂସନୀୟ । ଆମ ସଂସ୍କୃତି, ବିଚାର ତଥା ସମାଜ ଭିତରେ ମୂଲ୍ୟବୋଧ, ଭାଇଚାରା ଓ ଶିକ୍ଷାର ମୂଳ ତତ୍ତ୍ୱକୁ ବ୍ୟାପକ କରିବାରେ ଆପଣ ମାନଙ୍କ ଉଦ୍ୟମ ସର୍ବଦା ବଜାୟ ରହୁ, ଏହା କାମନା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande