ମାଆ ଗଙ୍ଗାଙ୍କ ଉତ୍ସବ ଡୋଲି ଗଙ୍ଗୋତ୍ରୀ ଧାମ ଅଭିମୁଖେ ଯାତ୍ରା, କାଲି ଖୋଲିବ ଦ୍ୱାର
ଉତ୍ତରକାଶୀ, 9 ମଇ (ହି.ସ.)- ଚାରିଧାମ ଦ୍ୱାର ଖୋଲିବା ପ୍ରସ୍ତୁତି ମଧ୍ୟରେ ମାଆ ଗଙ୍ଗାଙ୍କ ଉତ୍ସବ ଡୋଲି ଶୀତକାଳୀନ ପ୍
ମାଆ ଗଙ୍ଗାଙ୍କ ଉତ୍ସବ ଡୋଲି ଗଙ୍ଗୋତ୍ରୀ ଧାମ ଅଭିମୁଖେ ଯାତ୍ରା, କାଲି ଖୋଲିବ ଦ୍ୱାର


ଉତ୍ତରକାଶୀ, 9 ମଇ (ହି.ସ.)- ଚାରିଧାମ ଦ୍ୱାର ଖୋଲିବା ପ୍ରସ୍ତୁତି ମଧ୍ୟରେ ମାଆ ଗଙ୍ଗାଙ୍କ ଉତ୍ସବ ଡୋଲି ଶୀତକାଳୀନ ପ୍ରବାସ ମୁଖୀମଠରୁ ଗୁରୁବାର ଦ୍ୱିପ୍ରହର 12.15 ମିନିଟରେ ଗଙ୍ଗୋତ୍ରୀ ଧାମ ଅଭିମୁଖେ ଯାତ୍ରା କରିଛି । ପାରମ୍ପରିକ ବାଦ୍ୟ ଯନ୍ତ୍ରୀ ଓ ଆର୍ମି ବ୍ୟାଣ୍ଡର ଧୁନରେ ଶହଶହ ସଂଖ୍ୟାରେ ଭକ୍ତଙ୍କ ଉପସ୍ଥିତିରେ ମାଆ ଗଙ୍ଗାଙ୍କ ଉତ୍ସବ ଡୋଲି ଗଙ୍ଗୋତ୍ରୀ ଧାମ ବାହାରିଛି । ଏହି ଡୋଲି ଭୈରବ ଘାଟିରେ ରାତ୍ରୀ ବିଶ୍ରାମ କରିବ । ଏହାପରେ ମାଆ ଗଙ୍ଗାଙ୍କ ଡୋଲି ଶୁକ୍ରବାର ସକାଳେ ଗଙ୍ଗୋତ୍ରୀ ଧାମ ପାଇଁ ପ୍ରସ୍ଥାନ କରିବ, ସେଠାରେ ବିଧି ବିଧାନରେ ପୂଜାର୍ଚ୍ଚନା ଓ ବୈଦିକ ମନ୍ତ୍ରୋଚାର ସହିତ 12.25 ମିନିଟରେ ଗଙ୍ଗୋତ୍ରୀ ଧାମର ଦ୍ୱାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲାଯିବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande